ମୁମ୍ବାଇ(ଏଟିଆର୍ ବ୍ୟୁରୋ) : ବଲିଉଡ ସୁପରଷ୍ଟାର ସିଦ୍ଧାର୍ଥ ମହ୍ଲୋତ୍ରାଙ୍କ ଆଜି ୩୬ତମ ଜନ୍ମ ଦିବସ । ସିଦ୍ଧାର୍ଥଙ୍କ ଜନ୍ମ ୧୬ ଜାନୁଆରୀ ୧୯୮୫ ମସିହାରେ ଦିଲ୍ଲୀରେ ହୋଇଥିଲା । ସିଦ୍ଧାର୍ଥ ନିଜର କ୍ୟାରିୟର ମଡେଲିଂରୁ ଆରମ୍ଭ କରିଥିଲେ ପରେ ସେ ୨୦୧୨ ମସିହାରେ କରନ ଜୋହରଙ୍କ ‘ଷ୍ଟୁଡେଣ୍ଟ ଅଫ ଦି ଇୟର’ ଫିଲ୍ମ ମାଧ୍ୟମରେ ବଲିଉଡ ଜଗତରେ ପାଦ ଦେଇଥିଲେ । ପରେ ସେ ଏକ ‘ଭିଲେନ୍’ , ‘ବ୍ରଦର’ , ‘ଇତ୍ତଫାକ’ ଏବଂ ‘ମରଜାୱା’ ପରି ସୁପର ହିଟ ଫିଲ୍ମରେ କାମ କରିଥିଲେ ।
ସୂଚନାନୁସାରେ ସିଦ୍ଧାର୍ଥ ଏକ ସାକ୍ଷାତକାରରେ କହିଛନ୍ତି କି ସେ ଯେବେ ବଲିଉଡ ଜଗତରେ ପାଦ ଦେଇଥିଲେ ତାଙ୍କୁ ବହୁତ ସାରା ଅସୁବିଧାର ସାମ୍ନା କରିବାକୁ ପଡିଥିଲା । ଏବେ ମଧ୍ୟ ସେ ଜଣେ ସଫଳ ଅଭିନେତା ହେବା ପାଇଁ ପ୍ରଚେଷ୍ଟା ଜାରି ରଖିଛନ୍ତି ।
ଆଜି ସିଦ୍ଧାଥଙ୍କ ଜନ୍ମ ଦିନରେ ତାଙ୍କୁ ଅନେକ ବଡ ବଡ କଳାକାର ଶୁଭେଚ୍ଛା ଦେଇଛନ୍ତି । ରକୁଲ୍ ପ୍ରିତ , ମନୋଜ ବାଜପାଇ ସୋସିଆଲ୍ ମିଡିଆରେ ସିଦଙ୍କୁ ତାଙ୍କ ଜନ୍ମ ଦିନର ଶୁଭକାମନା ଦେଇଛନ୍ତି । ଖିଲାଡି ଅକ୍ସୟ କୁମାର ନିଜର ଟ୍ୱିଟର ମାଧ୍ୟମରେ ଫଟୋ ସେୟାର କରି ଲେଖିଛନ୍ତି “ମନେହେଉଛି ଏକ ଆମକୁ ଏକ ନୁଆ ପୋଜରେ ଫଟୋ ଉଠାଇବା ପାଇଁ ଶୀଘ୍ର ଦେଖାହେବାକୁ ପଡିବ । ଜନ୍ମ ଦିନର ଅନେକ ଶୁଭେଚ୍ଛା ଓ ଶୁଭକାମନା ।”
JUST IN
-
ଜାଣନ୍ତୁ ମେ ମାସରେ କେତେ ଦିନ ଛୁଟି ରହିବ ବ୍ୟାଙ୍କ | 29 Apr 2024
-
ଓଡିଶାରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜିଠୁ ଆରମ୍ଭ ନାମାଙ୍କନ ଦାଖଲ ପ୍ରକ୍ରିୟା | 29 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ବାରିପଦା | 29 Apr 2024
-
ହିଞ୍ଜିଳି ଆସନ ପାଇଁ ୩୦ ରେ ନାମାଙ୍କନ ଭରିବେ ନବୀନ ପଟ୍ଟନାୟକ | 28 Apr 2024
-
ହୁତୁହୁତୁ ହୋଇ ଜଳୁଛି ଶିମିଳିପାଳ | 28 Apr 2024
-
ଆହୁରି କଲବଲ କରିବ ତାତି, ରାଜଧାନୀରେ ୪୬ ଡିଗ୍ରୀ ଛୁଇଁବ ପାରଦ! | 28 Apr 2024
-
ଜଳୁଛି ଓଡିଶା, ଦିନ ସାଢେ ୧୧ଟା ସୁଦ୍ଧା ଝାରସୁଗୁଡାରେ ୪୧.୪ ଡିଗ୍ରୀ ତାପମାତ୍ରା | 27 Apr 2024
-
ନଜର ପକାନ୍ତୁ ଆଜିର ପେଟ୍ରୋଲ ଓ ଡିଜେଲ ଦର ଉପରେ | 27 Apr 2024
-
ଆସନ୍ତାକାଲି ଓଡିଶା ଆସିବେ ରାହୁଲ ଗାନ୍ଧୀ | 27 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ତାଳଚେର | 27 Apr 2024
-
ଓଡିଶା ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା | 26 Apr 2024
-
ଓଡିଶାରେ ୨ୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ | 26 Apr 2024