ପୁରୀ (ଏଟିଆର ବ୍ୟୁରୋ) ; ସହରାଞ୍ଚଳରେ ଭୂମିହୀନ ମାନଙ୍କୁ ଜମି ପଟ୍ଟା ବଣ୍ଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜି ପୁରୀରେ ଜାଗା ମିଶନରେ ମାଗଣାରେ ପଟ୍ଟା ଦେଇ ଚର୍ଚ୍ଚାରେ ନବୀନ । ସ୍ଥାନୀୟ ଅଞ୍ଚଳରେ ୧୦ଟି ବସ୍ତିର ୬ ହଜାର ୫ ଶହ ପରିବାରକୁ ଆଜି ଏଭଳି ସୁଯୋଗ ମିଳିଛି । ପୁରୀ ତାଳବଣିଆ ଇଣ୍ଡୋର ଷ୍ଟାଡିୟମରେ ଆୟୋଜିତ ହୋଇଥିବା ଏକ ସମାରୋହରେ ମୁଖ୍ୟମନ୍ତ୍ରୀ ଯୋଗ ଦେଇ ଭିଡିଓ କନଫରେନ୍ସି ମାଧ୍ୟମରେ ୮ଟି ଜିଲ୍ଲାର ଜିଲ୍ଲାର ହିତାଧିକାରୀ ପଟ୍ଟା ବଣ୍ଟନ କରିଛନ୍ତି । ଭାରତର ସର୍ବ ବୃହତ ଯୋଜନା ହେଉଛି ଜାଗା ମିଶନ । ଏହି ଯୋଜନାରେ ବସ୍ତିରେ ବାସ କରୁଥିବା ଲୋକମାନେ ଅବାସ ଯୋଜନା,ପିଇବା ପାଣି, ଏଲଇଡି ଲାଇଟ ପାଇଖାନା ଏବଂ ଜୀବିକା ସବୁ ପ୍ରକାରର ସୁବିଧା ପାଇପାରିବେ । ଏହା ଦ୍ୱାରା ଲକ୍ଷ ଲକ୍ଷ ବସ୍ତି ବାସିନ୍ଦା ଉପକୃତ ହେବେ । ଏଭଳି ଏକ ଯୋଜନାକୁ ସମସ୍ତେ ସ୍ୱାଗତ କରିଛନ୍ତି ।
ଏହି ଯୋଜନା ମାଧ୍ୟମରେ ରାଜ୍ୟର ପ୍ରାୟ ୨ ହଜାର ବସ୍ତିକୁ ସାମିଲ କରାଯିବ ବୋଲି ପୂର୍ତ୍ତ ଓ ଗୃହ ନିର୍ମାଣ ମନ୍ତ୍ରୀ କହିଛନ୍ତି । ରାଜ୍ୟର ୨ ଲକ୍ଷ ପରିବାର ୧୦ ଲକ୍ଷ ଲୋକ ଯୋଜନା ମାଧ୍ୟମରେ ଜମି ଅଧିକାର ପାଇବେ । ସମସ୍ତ ସହରାଞ୍ଚଳକୁ ସ୍ଳମ ଫ୍ରି ସିଟି ଭାବେ ବିବେଚନା କରିବା ପାଇଁ ରାଜ୍ୟ ସରକାର ଉଦ୍ୟମ କରିଥିବା ଜଣାପଡିଛି । ଏହି ଯୋଜନା ବିଶ୍ୱର ସର୍ବଶ୍ରେଷ୍ଟ ଯୋଜନା । କିନ୍ତୁ ଏହାକୁ ରାଜ୍ୟ ବିଜେପି ତରଫରୁ ବିରୋଧ କରାଯାଇଛି । ମୁଖ୍ୟମନ୍ତ୍ରୀ ଦିନରେ ଲଣ୍ଠନ ଦେଖାଇ ଲୋକଙ୍କୁ ଭୂଆଁ ବୁଲଉଛନ୍ତି ଏବଂ ମୁଖ୍ୟମନ୍ତ୍ରୀ ଜଣେ ମିଥ୍ୟାର ସୈାଦାଗର ଭଳି ସଙ୍ଗୀନ ଅଭିଯୋଗ କରିଛି ରାଜ୍ୟ ବିଜେପି । ତେବେ ଏହାର ପ୍ରତିକ୍ରିୟାରେ ଶାସକ ଦଳ ପକ୍ଷରୁ କୁହାଯାଇଛି କି ବିଜେପି ସବୁ କଥାକୁ ରାଜନୀତି କରଣ ରୂପ ଦେବାକୁ ଚେଷ୍ଟା କରୁଛି । ଏବଂ ଗରୀବ ବସ୍ତି ବାସିନ୍ଦାଙ୍କ ଖୁସି ଦେଖିପାରୁ ନାହାଁନ୍ତି ବୋଲି ମତ ରଖିଛି ବିଜେଡି ।