ନୂଆଦିଲ୍ଲୀ(ଏଟିଆର ବ୍ୟୁରୋ): ଦିନନକୁ ଦିନ ବଢିଚାଲିଛି କରୋନା ସଂକ୍ରମଣ । ବିଶ୍ୱ ବ୍ୟ।।ପି ଏହି ମହାମାରୀ ଥମିବାର ନାଁ ଧରୁନି , ଦେଶରେ ମଧ୍ୟ ଏହାର ପ୍ରଭାବ ବଢିବାରେ ଲାଗିଛି । କରୋନାର ସ୍ଥିତି ଏବେ ବର୍ତ୍ତମାନ ୫ଟି ଅଧିକ ଦେଖିବାକୁ ମିଳିଛି । ଜାତୀୟ ରାଜଧାନୀ ଦିଲ୍ଲୀରେ ମହାମାରୀ କରୋନା ଭାଇରସ ଆକ୍ରାନ୍ତଙ୍କ ସଂଖ୍ୟା ଚିନ୍ତାର କାରଣ ହୋଇଛି । ଏହା ବ୍ୟତୀତ ମହାରାଷ୍ଟ୍ରରେ ପ୍ରତିଦିନ କୋଭିଡ-୧୯ ସଂକ୍ରମିତଙ୍କ ସଂଖ୍ୟା ପୁରୁଣା ରେକର୍ଡ ଅତିକ୍ରମ କରୁଛି । କର୍ଣ୍ଣାଟକ, ଆନ୍ଧ୍ରପ୍ରଦେଶ ଓ ତାମିଲନାଡୁ ସହିତ ଉତ୍ତର ପ୍ରଦେଶରେ ମଧ୍ୟ କରୋନାର ଗତି ବଢ଼ିଚାଲିଛି ।ଏହି ରାଜ୍ୟ ମାନଙ୍କରେ ଅଧିକରୁ ଅଧିକ ସଂକ୍ରମଣ ଦିନକୁ ଦିନ ବ୍ୟାପିବାରେ ଲାଗିଛି ।
କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ କୁହାଯାଇଛି ଯେ, ଗୁରୁବାର ସକାଳ ୯ଟା ସୁଦ୍ଧା ୪୪ ଲକ୍ଷ ୬୫ ହଜାର ୮୬୪ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏଥିରୁ ୩୪ ଲକ୍ଷ ୭୧ ହଜାର ୭୮୪ ଜଣଙ୍କର ମୃତ୍ୟୁ ହୋଇଛି । ଗୁରୁବାର ଯାଏଁ ଦେଶରେ ୯ ଲକ୍ଷ ୧୯ ହଜାର ୧୮ ଜଣ ଆକ୍ରାନ୍ତ ଚିକିତ୍ସାଧୀନ ଥିଲେ ।
କରୋନା ଭାଇରସ ପାଇଁ ମହାରାଷ୍ଟ୍ରରେ ୬ ଲକ୍ଷ ୮୬ ହଜାର ୪୬୨ ଜଣ ଆକ୍ରାନ୍ତ ହୋଇଥିବା ବେଳେ ଏଥିରୁ ୨୭ ହଜାର ୭୮୭ ଜଣଙ୍କର ମୃତ୍ୟୁ ହୋଇଛି । ତାମିଲନାଡୁରେ ୪ ଲକ୍ଷ ୨୩ ହଜାର ୨୩୧ ଜଣ ଆକ୍ରାନ୍ତ ହୋଇଥିବା ବେଳେ ୮ ହଜାର ୯୦ ଜଣଙ୍କର ମୃତ୍ୟୁ ହୋଇଛି । କର୍ଣ୍ଣାଟକରେ ୩ ଲକ୍ଷ ୧୫ ହଜାର ୪୩୩ ଜଣ ଆକ୍ରାନ୍ତ ହୋଇଛନ୍ତି । ଏଠାରେ ୬ ହଜାର ୮୦୮ ଜଣଙ୍କର ମୃତ୍ୟୁ ହୋଇଛି । ଜାତୀୟ ରାଜଧାନୀ ଦିଲ୍ଲୀରେ ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ୭୨ ହଜାର ୭୬୩ ହୋଇଥିବା ବେଳେ ୪ ହଜାର ୬୨୮ ଜଣଙ୍କର ମୃତ୍ୟୁ ହୋଇଛି ।
ଆନ୍ଧ୍ରପ୍ରଦେଶରେ ୪ ଲକ୍ଷ ୨୫ ହଜାର ୬୦୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୪ ହଜାର ୬୩୪ ଜଣଙ୍କର ମୃତ୍ୟୁ ହୋଇଛି । ତେବେ ଏହି ରାଜ୍ୟ ଗୁଡିକରେ ଅଧିକ ମାତ୍ରାରେ କରୋନା ସଂକ୍ରମିତ ହେଉଛନ୍ତି ଲୋକେ । ଏହାର କାରଣ ହେଉଛି ସରକାରଙ୍କ ଗାଇଡ ଲାଇନକୁ ଅବମାନନା କରାହେଉଛି ତା ସହିତ , କଡା ବ୍ୟବସ୍ଥା ମଧ୍ୟ ହେଉନାହିଁ ।
JUST IN
-
ଜାଣନ୍ତୁ ମେ ମାସରେ କେତେ ଦିନ ଛୁଟି ରହିବ ବ୍ୟାଙ୍କ | 29 Apr 2024
-
ଓଡିଶାରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜିଠୁ ଆରମ୍ଭ ନାମାଙ୍କନ ଦାଖଲ ପ୍ରକ୍ରିୟା | 29 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ବାରିପଦା | 29 Apr 2024
-
ହିଞ୍ଜିଳି ଆସନ ପାଇଁ ୩୦ ରେ ନାମାଙ୍କନ ଭରିବେ ନବୀନ ପଟ୍ଟନାୟକ | 28 Apr 2024
-
ହୁତୁହୁତୁ ହୋଇ ଜଳୁଛି ଶିମିଳିପାଳ | 28 Apr 2024
-
ଆହୁରି କଲବଲ କରିବ ତାତି, ରାଜଧାନୀରେ ୪୬ ଡିଗ୍ରୀ ଛୁଇଁବ ପାରଦ! | 28 Apr 2024
-
ଜଳୁଛି ଓଡିଶା, ଦିନ ସାଢେ ୧୧ଟା ସୁଦ୍ଧା ଝାରସୁଗୁଡାରେ ୪୧.୪ ଡିଗ୍ରୀ ତାପମାତ୍ରା | 27 Apr 2024
-
ନଜର ପକାନ୍ତୁ ଆଜିର ପେଟ୍ରୋଲ ଓ ଡିଜେଲ ଦର ଉପରେ | 27 Apr 2024
-
ଆସନ୍ତାକାଲି ଓଡିଶା ଆସିବେ ରାହୁଲ ଗାନ୍ଧୀ | 27 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ତାଳଚେର | 27 Apr 2024
-
ଓଡିଶା ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା | 26 Apr 2024
-
ଓଡିଶାରେ ୨ୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ | 26 Apr 2024