ମୁମ୍ବାଇ(ଏଟିଆର ବ୍ୟୁରୋ): ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାରେ ନ୍ୟାୟ ପାଇଁ ପ୍ରଥମେ ମୁଁହ ଖୋଲିଥିଲେ ବଲିଉଡ କୁଇନ୍ କଙ୍ଗନା ରଣାୱତ । ପରେ ଏହି କେସକୁ ସଲ୍ଭ କରିବା ପାଇଁ ସିବିଆଇ ଓ ଏନସିବି ଜୋରଦାର ଖୋଳତାଡ କରୁଥିବା ବେଳେ ଡ୍ରଗ୍ସ କାରବାର ବିଷୟରେ ଏନସିବି ହାତରେ ଲାଗିଥିଲା ପ୍ରମାଣ । ପରେ ଏହି ଡ୍ରଗ୍ସ ମାମଲାରେ ଓ ସୁଶାନ୍ତ ସିଂଙ୍କ ମୃତ୍ୟୁ ମାମଲାରେ ବଲିଉଡର କିଛି କଳାକାରକଙ୍କୁ ଟାର୍ଗେଟ କରିଥିଲେ କଙ୍ଗନା । ସେପଟେ ମହାରାଷ୍ଟ୍ର ସରକାରଙ୍କ କଳା କାରନାମାକୁ ମଧ୍ୟ ଖୋଲୁଛନ୍ତି କଙ୍ଗନା । ଏହା ଭିତରେ ମହା ସରକାର ଓ କଙ୍ଗନାଙ୍କ ମଧ୍ୟରେ ଲାଗିରହିଛି ଯୁଦ୍ଧ । ଏହା ବଢିଯାଇଛି ଏବେ ବିଏମସି କଙ୍ଗନାଙ୍କ ଅଫିସକୁ ବେଆଇନ ଦର୍ଶାଇ ବୁଲଡୋଜରରେ ଅଫିସକୁ ଭଙ୍ଗା ରୁଚା କରିବା ପରେ କଙ୍ଗନା ତାଙ୍କୁ ଖୁଲମ ଖୁଲା ଟକ୍କର ଦେଇଛନ୍ତି । ଏହା ଗଣତନ୍ତ୍ରର ମୃତ୍ୟୁ ବୋଲି ସେ କହିଛନ୍ତି । ଏହା ସହ ବିଏମସିର ଏପରି ଅଫିସ ଭାଙ୍ଗିବା ନେଇ ସବୁ ମାର୍ଗରୁ ମହାରାଷ୍ଟ୍ର ସରକାରଙ୍କୁ ଭର୍ସନା କରାଯାଇଛି । ଏ ନେଇ କଙ୍ଗନାଙ୍କୁ ସମସ୍ତେ ସମର୍ଥନ କରିଛନ୍ତି । କଙ୍ଗନା ଗତ କାଲି ତାଙ୍କ ଭଙ୍ଗାହୋଇଥିବା ଅଫିସକୁ ଯାଇଥିଲେ । ସେ ଟ୍ୱିଟ କରି କହିଛନ୍ତି ଯେ ମୁଁ ଜାନୁୟାରୀ ୧୫ରେ ଏହି ଅଫିସ ଖୋଲିଥିଲି । ଏହାର କିଛି ଦିନ ପରେ କରୋନା ପରିସ୍ଥିତି ସୃଷ୍ଟି ହୋଇଥିଲା । ଅନ୍ୟ ଲୋକଙ୍କ ପରି ମୁଁ ମଧ୍ୟ ସେହି ସମୟରେ କୌଣସି କାମ କରିନାହିଁ । ମୋ ଅଫିସରେ ଯେତେ ଟଙ୍କା ଖର୍ଚ୍ଚ ହୋଇଥିଲା , ଏହି ଭଙ୍ଗା ଅଫିସର ମରାମତି କରିବା ପାଇଁ ମୋ ପାଖରେ ବର୍ତ୍ତମାନ ସେତିକି ଟଙ୍କା ନାହିଁ । ତେଣୁ ମୁଁ ମୋର ଏହି ଭଙ୍ଗା ଅଫିସରୁ ହିଁ କାମ ଆରମ୍ଭ କରିବି ଓ ଏହାକୁ ହିଁ ରାମ ମନ୍ଦିର ଭଳି ଆଉ ଥରେ ଠିକ କରିବି । ମୋ ଶତ୍ରୁମାନେ ଜାଣନ୍ତୁ ମୁଁ କ’ଣ । କଙ୍ଗନାଙ୍କ ମା’ କହିଛନ୍ତି ମୋ ଝିଅ ସବୁବେଳେ ସତର ସମ୍ନା କରି ଆସିଛି । ସେ ଜିତିବ , ତା ସହିତ ମୋର ଓ ଭଗବାନଙ୍କ ଆର୍ଶିବାଦ ରହିଛି । ତେବେ ଏବେ ମହା ସରକାର ଉଦ୍ଧବ ଠାକ୍ରେ ଓ କଙ୍ଗନାଙ୍କ ମଧ୍ୟରେ ଟକ୍କର ଜୋର ସୋର ଚାଲିଛି ।
JUST IN
-
ଜାଣନ୍ତୁ ମେ ମାସରେ କେତେ ଦିନ ଛୁଟି ରହିବ ବ୍ୟାଙ୍କ | 29 Apr 2024
-
ଓଡିଶାରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜିଠୁ ଆରମ୍ଭ ନାମାଙ୍କନ ଦାଖଲ ପ୍ରକ୍ରିୟା | 29 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ବାରିପଦା | 29 Apr 2024
-
ହିଞ୍ଜିଳି ଆସନ ପାଇଁ ୩୦ ରେ ନାମାଙ୍କନ ଭରିବେ ନବୀନ ପଟ୍ଟନାୟକ | 28 Apr 2024
-
ହୁତୁହୁତୁ ହୋଇ ଜଳୁଛି ଶିମିଳିପାଳ | 28 Apr 2024
-
ଆହୁରି କଲବଲ କରିବ ତାତି, ରାଜଧାନୀରେ ୪୬ ଡିଗ୍ରୀ ଛୁଇଁବ ପାରଦ! | 28 Apr 2024
-
ଜଳୁଛି ଓଡିଶା, ଦିନ ସାଢେ ୧୧ଟା ସୁଦ୍ଧା ଝାରସୁଗୁଡାରେ ୪୧.୪ ଡିଗ୍ରୀ ତାପମାତ୍ରା | 27 Apr 2024
-
ନଜର ପକାନ୍ତୁ ଆଜିର ପେଟ୍ରୋଲ ଓ ଡିଜେଲ ଦର ଉପରେ | 27 Apr 2024
-
ଆସନ୍ତାକାଲି ଓଡିଶା ଆସିବେ ରାହୁଲ ଗାନ୍ଧୀ | 27 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ତାଳଚେର | 27 Apr 2024
-
ଓଡିଶା ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା | 26 Apr 2024
-
ଓଡିଶାରେ ୨ୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ | 26 Apr 2024