ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ ) ; ପାକିସ୍ତାନର ପୂର୍ବତନ କ୍ରିକେଟ ଅଲରାଉଣ୍ଡର ସାହିଦ ଆଫ୍ରିଦି ନିକଟରେ ଏକ ବିବାଦୀୟ ବୟାନ ଦେଇ ହରଡଘଣାରେ ପଡିଛନ୍ତି । କାଶ୍ମୀର ପାକିସ୍ତାନର ଦରକାରନାହିଁ ବୋଲି ମନ୍ତବ୍ୟ ଦେଇ ଆଫ୍ରିଦି ବିବାଦ ଭିତରକୁ ପ୍ରବେଶ କରିଛନ୍ତି । ସେ ଦେଇଥିବା ବିବୃତିକୁ ନେଇ ଏବେ ଚାରିଆଡେ ଚର୍ଚ୍ଚା ।
Pakistan cannot manage its own four provinces, doesn’t need Kashmir: #ShahidAfridihttps://t.co/JmK241EgOo pic.twitter.com/mnJnDSeinV
— Hindustan Times (@htTweets) November 14, 2018
ଏମିତିକି ଏଭଳି ମନ୍ତବ୍ୟକୁ ଭାରତର ସ୍ୱରାଷ୍ଟ୍ର ମନ୍ତ୍ରୀ ରାଜନାଥ ସିଂହ ମଧ୍ୟ ସମର୍ଥନ କରିଛନ୍ତି । ତେବେ ଦେଇଥିବା ମନ୍ତବ୍ୟକୁ ଆଫ୍ରିଦି ପୁଣି ବଦଳାଇ ସମାଲୋଚନାର ଶିକାର ହୋଇଛନ୍ତି ।
"Pakistan doesn't want Kashmir.. Pakistan can't even manage its four provinces…" Expect all hell to break loose on Shahid Afridi's comment. pic.twitter.com/I3MZiUyVlu
— Naila Inayat (@nailainayat) November 14, 2018
ସୂଚନାଯୋଗ୍ୟ ଯେ , ନିକଟରେ ପାକିସ୍ତାନର ପୂର୍ବତନ କ୍ରିକେଟର ସାହିଦ ଆଫ୍ରିଦି କହିଥିଲେ , ‘ପାକିସ୍ତାନର କାଶ୍ମୀର ଦରକାର ନାହିଁ । କାହିକିଁ ନା ଖୋଦ ପାକିସ୍ତାନ ପାଖରେ ଥିବା ୪ ଟି ପ୍ରଦେଶକୁ ପାକିସ୍ତାନ ସମ୍ଭାଳିପାରୁନାହିଁ’ । ଏପରି ମନ୍ତବ୍ୟ ଦେବା କାରଣରୁ ଆଫ୍ରିଦିଙ୍କୁ ପାକିସ୍ତାନରେ କଡା ସମାଲୋଚନା କରାଯାଇଥିବା ବେଳେ କାଶ୍ମୀର ସମସ୍ୟା କୁ ନେଇ ଏକ ନୂଆ ବିବାଦ ଛିଡା ହୋଇଥିିଲା ।
ସେପଟେ ସ୍ୱରାଷ୍ଟ୍ର ମନ୍ତ୍ରୀ ରାଜନାଥ ସିଂହ ଆଫ୍ରିଦିଙ୍କ ମନ୍ତବ୍ୟକୁ ସମର୍ଥନ କରିଛନ୍ତି । ସେ କହିଛନ୍ତି , ‘ଆଫ୍ରିଦି ଯାହା କହିଛନ୍ତି ବିଲକୁଲ ଠିକ କହିଛନ୍ତି । ପାକିସ୍ତାନ ନିଜେ ନିଜ ଦେଶକୁ ସମ୍ଭାଳି ପାରୁନଥିବା ବେଳେ କାଶ୍ମୀରକୁ କଣ ସମ୍ଭାଳିବ । ଭାରତର କାଶ୍ମୀର ଥିଲା ଆଉ ଆଗକୁ ରହିବ’ ।
My comments are being misconstrued by Indian media! I'm passionate about my country and greatly value the struggles of Kashmiris. Humanity must prevail and they should get their rights.
— Shahid Afridi (@SAfridiOfficial) November 14, 2018
ତେବେ ସମାଲୋଚନା ପରେ ଆଫ୍ରିଦି ନିଜ ମନ୍ତବ୍ୟ କୁ ବଦଳାଇଛନ୍ତି । ଗତକାଲି ଏକ ଭିଡିଓରେ ସେ ଏପରି ମନ୍ତବ୍ୟ ଦେଇନଥିବା ସେ କହିଛନ୍ତି । ତାଙ୍କ ମନ୍ତବ୍ୟକୁ ନେଇ ଗଣମାଧ୍ୟମ ଅଲଗା ପ୍ରକାର ଖବର ପରିବେଶଣ କରୁଥିବା ସେ ଅଭିଯୋଗ କରିଛନ୍ତି । ପାକିସ୍ତାନ କାଶ୍ମୀର ଚାହୁଁନାହିଁ ଓ ଭାରତକୁ ମଧ୍ୟ କାଶ୍ମୀର ନ ମିଳୁ ବୋଲି ସେ କହିଥିବା ଆଫ୍ରିଦି ପ୍ରକାଶ କରିଛନ୍ତି । ଏହାସହ କାଶ୍ମୀରକୁ ସ୍ୱାଧୀନ କରାଯାଉ । ଏପରି ହେଲେ ମାନବିକତା ଓ ମାନବଜାତି ବଞ୍ଚିବ ବୋଲି ସେ କହିଛନ୍ତି । ଖାଲି ସେତିକି ନୁହେଁ କାଶ୍ମୀରରେ ହେଉଥିବା ଲୋକଙ୍କ ମୃତ୍ୟୁ ବହୁତ କଷ୍ଟ ଦାୟକ ଓ ସେଠାରେ ମାନବିକତା ରହିବା ଆବଶ୍ୟକ ବୋଲି ସେ ସ୍ପଷ୍ଟୋକ୍ତି ଦେଇଛନ୍ତି । ତେବେ ଆଫ୍ରିଦିଙ୍କ ଏପରି ବଦଳୁଥିବା ମନ୍ତବ୍ୟକୁ ବିଭିନ୍ନ ଆଡୁ ସମାଲୋଚନା କରାଯାଇଛି ।
I don’t get what sections of the Indian media are celebrating WRT #ShahidAfridi’s statement. Forget what he said about Pakistan’s 4 provinces, the byte I saw clearly had him supporting freedom for Kashmir & criticising human rights violations so how is that a victory for India?
— Omar Abdullah (@OmarAbdullah) November 14, 2018