ମୁମ୍ବାଇ (ଏଟିଆର ବ୍ୟୁରୋ): ବଲିଉଡର ବାଜିରାଓ ମସ୍ତାନି ମାନେ ରଣବୀର ସିଂ ଏବଂ ଦୀପିକା ପାଦୁକୋନ୍ ଏବେ ଦୁହେଁ ପତି-ପତ୍ନୀ ହୋଇ ସାରିଛନ୍ତି । ଆଜ୍ଞା ହଁ ଇଟାଲୀର ଲେକ୍ କେମୋ ଠାରେ କୋଙ୍କଣୀ ଏବଂ ସିନ୍ଧି ରୀତି ନୀତିରେ ଦୁହେଁ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ଗତ ୧୪ ଏବଂ ୧୫ ତାରିଖରେ ସେମାନଙ୍କର ବାହାଘର ଥିଲା । ମାତ୍ର ବାହାଘର ସମୟର ଫଟୋ ଦେଖିବା ପାଇଁ ଅନେଇ ବସିଥିଲେ ସେମାନଙ୍କ ଫ୍ୟାନ୍ସ । ଦୁଇ ଦିନ ପରେ ହିଁ ଦୀପଭୀର୍ ଙ୍କ ବାହାଘର ପରର ଝଲକ ସାମ୍ନାକୁ ଆସିଛି । ଦୁହେଁ ତାଙ୍କ ସୋଶିଆଲ ମିଡିଆ ଆକାଉଣ୍ଟରେ ବାହାଘରର ଫଟୋ ସେୟାର କରିଛନ୍ତି । ଏହି ଫଟୋ ସାମ୍ନାକୁ ଆସିବା ପରେ ଭାଇରାଲ ହେବା ସହ ଇଂଟରନେଟରେ ଧମାଲ ମଚାଉଛି ।
— Ranveer Singh (@RanveerOfficial) November 15, 2018
— Deepika Padukone (@deepikapadukone) November 15, 2018
ହୁଏତ ଦୀପଭୀର୍ କେବଳ ବାହାଘରର ଦୁଇଟି ଫଟୋ ସେୟାର କରିଛନ୍ତି । କିନ୍ତୁ ସେମାନଙ୍କ ଫ୍ୟାନ୍ସଙ୍କ ଇଛା ବାହାଘରର ସମସ୍ତ ଫଟୋ ସାମ୍ନାକୁ ଆସୁ । ପ୍ରଥମ ଫଟୋରେ ଦୁହେଁ କୋଙ୍କଣୀ ପରମ୍ପରା ଅନୁଯାୟୀ ପୋଷାକ ପରିଧାନ କରିଥିବା ନଜର ଆସୁଥିବା ବେଳେ ଅନ୍ୟପଟେ ଦ୍ୱିତୀୟ ଫଟୋରେ ଦୁହିଁଙ୍କୁ ସିନ୍ଧି ରୀତି ନୀତିର ପରିଧାନ କରିଥିବା ଦେଖିବାକୁ ମିଳିଛି । ଖୁବ୍ ଶୀଘ୍ର ଦୁହେଁ ମୁମ୍ବାଇ ଫେରିବେ ବୋଲି ଜାଣିବାକୁ ମିଳିଛି । ଯେଉଁଥିପାଇଁ ମୁମ୍ବାଇରେ ଦୀପଭୀର୍ ଙ୍କ ବଙ୍ଗଳାକୁ ପୂରା ନବବଧୂ ଭଳି ସଜା ଯାଇଛି । ଗୋଟେପଟେ ଦୀପିକାଙ୍କ ଘର ଆଲୋକ ମାଳରେ ଝଲସୁଥିବା ବେଳେ ଅନ୍ୟପଟେ ନବବଧୂଙ୍କୁ ସ୍ୱାଗତ କରିବା ପାଇଁ ରଣବୀରଙ୍କ ବଙ୍ଗଳାକୁ ସମ୍ପୂର୍ଣ୍ଣ ସଜା ଯାଇଛି ।