ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଏକ ଜାତୀୟ ଟିଭି ଚ୍ୟାନେଲ ବା ଓଡିଆ ଦର୍ଶକଙ୍କର ପ୍ରଥମ ଲୋକପ୍ରିୟ ଚ୍ୟାନେଲ ଦୁରଦର୍ଶନ କେନ୍ଦ୍ର ଭୁବନେଶ୍ୱର ଆଜି ତାର ୨୭ତମ ଜନ୍ମଦିବସ ପାଳନ କରୁଛି । ଏହି କେନ୍ଦ୍ର ପ୍ରଥମେ ସିଲଭିର ସିଟି କଟକରେ ଥିଲା । ୧୯ ନଭେମ୍ବର ୧୯୯୨ରେ ଏହା ଭୁବନେଶ୍ୱରକୁ ସ୍ଥାନାନ୍ତରିତ ହୋଇଥିଲା ।
ସେବେଠାରୁ ଆଜି ପର୍ଯ୍ୟନ୍ତ ଦୀର୍ଘ ୨୭ ବର୍ଷ ହେଲା ଏହି କେନ୍ଦ୍ର ଓଡିଶା ଦର୍ଶକଙ୍କ ପାଇଁ ଭଲ କାମ କରିବା ସହ ଡିଡି ଓଡିଆ ଭାବେ ୨୪ ଘଂଟା ସାମିଲ ହୋଇଛିି । ଏହି କେନ୍ଦ୍ର ୧୯୯୭ ଏବଂ ୧୯୯୯ରେ ଏସିଆ ଭିଜନ୍ ଅୱାଡ ସମେତ ଅନେକ ପୁରସ୍କୃତ ପ୍ରାପ୍ତ ମଧ୍ୟ କରିଛି ।
ସେହି ସବୁ ଆୱାଡ ମଧ୍ୟରେ ରହିଛି –ମ୍ୟାଲେରିଆ ଆୱାଡ୍, ବେଷ୍ଟ ଦୁରଦର୍ଶନ କେନ୍ଦ୍ର ଆୱାଡ, ବେଷ୍ଟ ମେଣ୍ଟନ୍ କେନ୍ଦ୍ର ଆୱାଡ, ଦୁରଦର୍ଶନ ଆନୁଅଲ ଆୱାଡ୍, ଆଦି । ସେହି ବର୍ଷ ଠାରୁ ଦର୍ଶକ ଡିଡି ଓଡିଆକୁ ପ୍ରଶଂସା କରିବା ସହ ଅନେକ କାର୍ଯ୍ୟକ୍ରମରେ ଭାଗ ନେଇଛନ୍ତି ।