ଅନୁଗୋଳ (ଏଟିଆର ବ୍ୟୁରୋ) ; ମଧ୍ୟପ୍ରଦେଶରୁ ଆସିଥିବା ମହାବଳ ବାଘ ମହାବୀରକୁ ସାତକୋଶିଆରେ ରହିଥିବା ବାଘର ମୃତ୍ୟୁନେଇ ହେଉଥିବା କଳ୍ପନା ଜଳ୍ପନାର ଚାଲିଥିଲା । ତେବେ ଆଜି ଏହାର ପୋଷ୍ଟ ମର୍ଟମ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ସ୍ପଷ୍ଟ ହୋଇଛି । ଆଜି ମହାବଳର ଶବ ବ୍ୟବଛେଦ ରିପୋର୍ଟ ଆସିଛି । ଝିଙ୍କ ଗିଳିଥିବାରୁ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଝିଙ୍କ ଗିଳି ଦେଇଥିବା ଫଳରେ ମହାବୀରର ପାକସ୍ଥଳୀରେ ଝିଙ୍କର କାଠି ଗଳି ଶରୀର ସଂକ୍ରମଣ ହେବା ସହ ଅଙ୍ଗପ୍ରତ୍ୟଙ୍ଗ ଅକାମୀ ହୋଇ ଯାଇଥିଲା । ଫଳରେ ମହାବୀରର ମୃତ୍ୟୁ ହୋଇଥିଲା । ପୋଷ୍ଟ ମର୍ଟମ କରିଥିବା ୪ ଜଣ ଡାକ୍ତର ମହାବୀର ପାକସ୍ଥଳୀରୁ ୮ରୁ ୧୦ଟି ଝିଙ୍କ କାଠି ପାଇଥିଲେ । ମହାବୀର ବେକରେ ହୋଇଥିବା ଘାରୁ କିଛି ଲୁହାତାର ମିଳିଥିଲା ।
ଗତ ୧୪ ତାରିଖରେ ମହାବୀରର ମୃତ୍ୟୁ ହୋଇଥିଲା । ରାଇଗୋଡାରୁ ନୂଆଗଡା ରାସ୍ତାର ୫୦୦ ମିଟର ଦୂରରେ ପଡିଥିଲା ବାଘର ମୃତ ଦେହ । ଏହା ଦେଖିବା ପରେ ବହୁ ଗୁଜବ ହୋଇଥିଲା । ଲୋକମାନେ କହିଥିଲେ କି ମହାବୀରର ଶିକାର କରାଯାଇଛି । ଏବଂ ସାତକୋଶିଆରେ ଥିବା ବାଘମାନେ ସୁରକ୍ଷିତ ନାହାଁନ୍ତି । ଏବଂ ଧିରେ ଧିରେ ଏହି ବାଘ ମାନଙ୍କ ବଂଶ ଲୋପ ପାଇଯିବ ବୋଲି ବହୁ ଲୋକ ମତ ରଖିଥିଲେ । ତେବେ ଆଜି ବନବିଭାଗ ମହାବଳ ବାଘର ପୋଷ୍ଟ ମର୍ଟନ ରିପୋର୍ଟ ପ୍ରକାଶ କରିବା ପରେ ସମସ୍ତଙ୍କ ମନରେ ଥିବା ଭୁଲ ଧାରଣା ଦୂର ହୋଇଛି । ବାଘ ପ୍ରକଳ୍ପ ଆଗକୁ ବଢ଼େଇ ନେବା ପାଇଁ ପ୍ରୟାସ ଜାରୀ ରଖିଥିବା କହିଛନ୍ତି ବାଘ ପ୍ରକଳ୍ପର ନିର୍ଦ୍ଦେଶକ ।