ୟୁଏଇ (ଏଟିଆର ବ୍ୟୁରୋ ) ; ସାଧାରଣତଃ ଆମେ ଚିକେନ କି ମଟନ ବିରିୟାନୀର ନାଁ ଶୁଣିଛନ୍ତି ବା ଖାଇଛନ୍ତି । କିନ୍ତୁ କେବେ ମଣିଷ ମାଂସରେ ତିଆରି ବିରିୟାନୀକୁ ଦେଖିଛନ୍ତି କିମ୍ବା ଖାଇଛନ୍ତି କି ? ଯଦି ନା ତେବେ ଜାଣି ନିଅନ୍ତୁ କି ମଣିଷ ମାଂସରେ ବିରିୟାନୀ ବି ତିଆରି ହୋଇଛି । ହଁ , କଥାଟି ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ , ଜଣେ ପ୍ରେମିକା ନିଜ ପ୍ରେମିକକୁ ହତ୍ୟା ତ କଲେ କଲେ କିନ୍ତୁ ମୃତଦେହକୁ ବି ଛାଡିଲେନି । ଖଣ୍ଡ ଖଣ୍ଡ କରି କାଟି ନିଜ ହାତରେ ବିରିୟାନୀ ବନାଇଲେ ଓ ପାଖ ପଡିଶା ଘରେ କାମ କରୁଥିବା ଶ୍ରମିକଙ୍କୁ ଡାକି ଭୋଜି ଖାଇବାକୁ ଦେଲେ । ଯାହାକୁ ନେଇ ଏବେ ଚାରିଆଡେ ଚର୍ଚ୍ଚା । ଏଭଳି ଚାଞ୍ଚଲ୍ୟକର ଘଟଣା ୟୁଏଇରେ ଘଟିଛି ।
ସୂଚନାଯୋଗ୍ୟ , ମସ୍କୋର ମୂଳବାସିନ୍ଦା ଅଭିଯୁକ୍ତ ପ୍ରେମିକା ଜଣକ ଦୀର୍ଘ ୭ ବର୍ଷ ହେଲା ନିଜ ପ୍ରେମିକଙ୍କ ସହ ୟୁଏଇରେ ରହୁଥିଲେ । ସେମାନଙ୍କ ମଧ୍ୟରେ ଲିଭ ଇନ ରିଲେସନସିପ ଥିଲା । ତେବେ ଯୁବତୀଙ୍କୁ ପ୍ରେମିକ ଜଣକ ବିବାହ କରିବାକୁ ମନା କରିଦେବାରୁ ଭୀଷଣ ରାଗିଯାଇଥିଲେ ଅଭିଯୁକ୍ତ ଯୁବତୀ ଜଣକ । ମନରେ ରାଗ ଭରି ରହିଥିଲେ ହେଁ ନିଜ ପ୍ରେମିକଙ୍କୁ ଜୀବନରୁ ମାରିବା ପାଇଁ ସୁଯୋଗ ଖୋଜୁଥିଲେ ସେ ।
ତେବେ ଯୁବକ ଜଣକ ରାତି ଶୋଇଥିବା ବେଳେ ତାଙ୍କୁ ଅତିନିର୍ମମ ଭାବେ ହତ୍ୟା କରିଥିଲେ ଯୁବତୀ । ପ୍ରେମିକଙ୍କୁ ଖାଲି ହତ୍ୟା ତ କଲେନି ବରଂ ପ୍ରେମିକର ମୃତ ଦେହକୁ ଖଣ୍ଡ ଖଣ୍ଡ କରି କାଟି ବିରିୟାନୀ ବନାଇଥିଲେ । ଏହାପରେ ତାଙ୍କ ଘର ପାଖରେ ଥିବା ପଡୋଶୀଙ୍କ ଘରେ କାମ କରୁଥିବା ଶ୍ରମିକମାନଙ୍କୁ ଡାକି ଖାଇବାକୁ ଦେଇଥିଲେ ।
ସେପଟେ ମୃତ ପ୍ରେମିକଙ୍କ ବଡ ଭାଇ ଏ ସମ୍ପର୍କରେ ଖୁଲାସା କରିଥିଲେ । ନିଜ ଭାଇ ନିଖୋଜ ହେବା ନେଇ ଥାନାରେ ଅଭିଯୋଗ କରିଥିଲେ ଯୁବକଙ୍କ ବଡ ଭାଇ । ଏହାପରେ ପୋଲିସ ଖୋଳତାଡ ଆରମ୍ଭ କରି ଯୁବତୀଙ୍କୁ ସନେ୍ଧହ ଘେରକୁ ଆଣିଥିଲା । ଯୁବତୀଙ୍କୁ ଏ ସମ୍ପର୍କରେ ପଚାରିବା ପରେ ଯୁବତୀ ଜଣକ ସମ୍ପୁର୍ଣ୍ଣ ଘଟଣାକୁ ପୋଲିସ ଆଗରେ ବଖାଣିଥିଲେ । ତାଙ୍କ ପ୍ରେମିକଙ୍କର ଅନ୍ୟ ଜଣେ ମହିଳାଙ୍କ ସହିତ ସମ୍ପର୍କ ଥିବା ଜାଣିବାରେ ସେମାନଙ୍କ ମଧ୍ୟରେ ଝଗଡା ହୋଇଥିବା ସେ କହିଥିଲେ । ଏଥିରେ ଉତକ୍ଷୀପ୍ତ ହୋଇ ସେ ଏପରି କରିଥିବା କହିଛନ୍ତି । ସେ ନିଜ ପ୍ରେମିକଙ୍କୁ ମାରିବା ପରେ ପ୍ରମାଣ ନଷ୍ଟ କରିବାକୁ ଯାଇ ସେହି ମାଂସକୁ ବିରିୟାନୀ କରିଥିଲେ ଓ ଲୋକମାନଙ୍କୁ ଖାଇବାକୁ ଦେଇଥିବା କହିଛନ୍ତି ।