ଭୁବନେଶ୍ୱର (ଏଟିଆର ବ୍ୟୁରୋ) ; ବହୁଦିନ ଧରି ଆନ୍ତର୍ଜାତୀୟ କ୍ରିକେଟରୁ ଦୁରେଇ ରହିଥିବା ଭାରତୀୟ ଦଳର ଅଲରାଉଣ୍ଡର ଇରଫାନ ପଠାନ ନିଜର ଟ୍ୱିଟ ପାଇଁ ଚର୍ଚ୍ଚାରେ । ନିଜ ଟ୍ୱିଟର ପେଜରେ ଭାଇଙ୍କ ପ୍ରତି ଥିବା ପ୍ରେମକୁ ଦେଖିବାକୁ ମିଳିଛି । ଭାତୃଭାବରେ ମଜି ଯାଇ ନିଜପେଜରେ ୟାରାନା ଫିଲ୍ମର ବହୁ ଚର୍ଚ୍ଚିତ ଗୀତ ତେରେ ଜୈଶା ୟାର କାହାଁ ,କାହାଁ ଐସା ୟାରାନା ଶୀଷକକୁ ପୋଷ୍ଟ କରିଥିଲେ । ଯାହାକୁ ଦେଖିବା ପରେ ପେଜରେ ଲାଇକ ଏବଂ କମେଣ୍ଟ ବଢ଼ିବାରେ ଲାଗିଥିଲା । ବଡ ଭାଇଙ୍କ ଜନ୍ମ ଦିନରେ ଏଭଳି ଟ୍ୱିଟ କରିଥିଲେ ସାନଭାଇ । ଗତ ୧୭ ତାରିଖରେ ୟୂସୁଫ ୩୬ ବର୍ଷ ବୟସରେ ପାଦ ଥାପିଛନ୍ତି ।
ସାନ ଭାଇଙ୍କ ଟ୍ୱିଟର ଜବାବ ଟ୍ୱିଟରେ ଦେଇଥିଲେ ବଡ ଭାଇ । ନିଜ ଟ୍ୱିଟ ପେଜରେ ଇରଫାନଙ୍କ ଗୀତର ପରବତ୍ତୀ ପଦକୁ ଯୋଡି ଦେଇଥିଲେ । ୟାଦ କରେଗୀ ଦୁନିଆ ତେରା ମେରା ଅଫସାନା । ଦୁଇଭାଇଙ୍କ ଟ୍ୱିଟ ଦେଖିବା ପରେ ପ୍ରଶସକଙ୍କ ଦୁଇ ଭାଇଙ୍କ ଭାତୃପ୍ରେମକୁ ପ୍ରଶଂସା କରିଛନ୍ତି ।
ଦୁଇ ଭାଇ ଭାରତ ପାଇଁ ବହୁ ମ୍ୟାଚ ଖେଳି ଦଳକୁ ଜିତାଇଥିବାର ନଜିର ରହିଛି । କେବଳ ଘରେ ନୁହେଁ ପଡିଆରେ ମଧ୍ୟ ଦୁଇ ଭାଇଙ୍କ ପ୍ରେମ ଦେଖିବାକୁ ମିଳିଥାଏ । ଆଇପିଏଲ ସମୟରେ ଅଲଗା ଫ୍ରାଞ୍ଚାଇଚ ପକ୍ଷରୁ ଖେଳୁଥିଲେ ମଧ୍ୟ ପଡିଆରେ ଦୁହେଁ ଦୁହିଁଙ୍କୁ ସମ୍ମାନ କରିଥାନ୍ତି ।