ଗୈାହାଟୀ (ଏଟିଆର ବ୍ୟୁରୋ) ; ଓଡିଶା ରଣଜୀ ଟିମ ଆସାମକୁ ପରାସ୍ତ କରିଛି । ଓଡିଶାର ବୋଲିଂ ଆଗରେ ଧରାଶାୟୀ ହୋଇଛି ଘରୋଇ ଦଳ । ୯ ୱିକେଟ ବଳରେ ବିଶାଳ ବିଜୟ ହାସଲ କରିଛି ଭ୍ରମଣକାରୀ ଦଳ । ରାଜେଶ ମହାନ୍ତିଙ୍କ ଦ୍ରୁତ ବୋଲିଂ ଆଗରେ ଆସାମ ବ୍ୟାଟ୍ସମ୍ୟାନେ ତିଷ୍ଠି ପାରିନଥିଲେ । ୨ଟି ପାଳିରେ ୧୧ଟି ୱିକେଟ ଅକ୍ତିଆର କରିଥିଲେ ରାଜେଶ । ଏହି ମ୍ୟାଚର ବିଜୟ ପରେ ଓଡିଣା ଦଳର ଖେଳାଳିଙ୍କ ମନୋବଳ ବଢ଼ିଯାଇଛି । ଘରୋଇ କିଟ ଷ୍ଟାଡିୟମରେ ଚଳିତ ବର୍ଷ ଦୁଇଟି ମ୍ୟାଚରୁ ଗୋଟିଏ ହାରିଥିବା ବେଳେ ଗୋଟିଏ ମ୍ୟାଚ ଡ୍ର ରହିଥିବା । ତେବେ ଏହା ହେଉଛି ପ୍ରଥମ ବିଜୟ ।
ଟସ ଜିତି ପ୍ରଥମେ ବ୍ୟାଟିଂ କରିବାର ନିଷ୍ପତ୍ତି ନେଇଥିବା ଘରୋଇ ଦଳ ମାତ୍ର ୧୨୧ ରନରେ ସମସ୍ତ ୱିକେଟ ହରାଇଥିବା ବେଳେ ଓଡିଶାର ଅନୁରାଗ ଷଡଙ୍ଗୀ ଏବଂ ଅଧିନାୟକ ବିପ୍ଳବ ସାମନ୍ତରାୟଙ୍କ ଅର୍ଦ୍ଧଶତକ ବଳରେ ଦଳ ୨୪୦ ରନ କରିବା ପାଇଁ ସକ୍ଷମ ହୋଇଥିଲା । ଓଡିଶା ଠାରୁ ୧୧୯ ରନ ପଛରେ ଥିବା ଆସାମ ବ୍ୟାଟିଂ ଆରମ୍ଭ କରି ମାତ୍ର ୧୩୨ରେ ଅଲଆଉଟ ହୋଇଯାଇଥିଲା । ଫଳରେ ଓଡିଶା ଆଗରେ ମାତ୍ର ୧୪ ରନର ଟାର୍ଗେଟ ରହିଥିଲା । ଏହାକୁ ସ୍କୋରକୁ ପିଛା କରିବା ପାଇଁ ଓଡିଶାକୁ ୩ ଓଭର ୩ଟି ବଲ ଲାଗିଥିଲା । ବିନା କ୍ଷତିରେ ଓଡିଶା ଏହି ମ୍ୟାଚଟି ଜିତି ନେଇଛି । ୨ଟି ଯାକ ପାଳିରେ ରାଜେଶଙ୍କ ବୋଲିଂ ପାଇଁ ଏତେ ବଡ ସଫଳତା ମିଳିଛି ।