ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ପୂର୍ବ ଭାରତୀୟ କ୍ୟାପ୍ଟେନ ସୌରଭ ଗାଙ୍ଗୁଲିଙ୍କୁ ଆଜି କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ନୂତନ ଅଧ୍ୟକ୍ଷ କରାଯାଇପାରେ । ସେହିପରି କେନ୍ଦ୍ରୀୟ ଗୃହମନ୍ତ୍ରୀ ଅମିତ୍ ଶାହାଙ୍କ ପୁଅ ନୂତନ ସଚିବ ଏବଂ ସବୁଠାରୁ ଧନୀ କ୍ରିକେଟ ସଂଘର କୋଷାଧ୍ୟକ୍ଷ ଭାବେ ଅରୁଣ ଧୁମଲ ହୋଇପାରନ୍ତି ।
ମିଡିଆ ରିପୋର୍ଟ ମୁତାବକ, ଟିମ୍ ଇଣ୍ଡିଆର ପୂର୍ବ କ୍ୟାପ୍ଟେନ ସୌରଭ ଗାଙ୍ଗୁଲି, ବୃଜେଶ ପଟେଲ, ପୂର୍ବ ବିସିସିଆଇ ଅଧ୍ୟକ୍ଷ ଅନୁରାଗ ଠାକରେଙ୍କ ଭାଇ ଅରୁଣ ସିଂହ ଧୁମଲ , ଅମିତ୍ ଶାହାଙ୍କ ପୁଅ ଏବଂ ଗୁଜୁରାଟ କ୍ରିକେଟ ଆସୋସିଏଶନର ସଂଯୁକ୍ତ ସଚିବ ଥିବା ଜୟ ଶାହାଙ୍କୁ ବିସିସିଆଇ ର ପ୍ରମୁଖ ଦାୟିତ୍ୱ ଦିଆଯାଇପାରେ ।
ଆଗାମୀ ଅକ୍ଟୋବର ୨୩ ରହିଛି ବିସିସିଆଇ ନିର୍ବାଚନ । ଏନେଇ ସୋମବାର ନାମାଙ୍କନ ପତ୍ର ଦାଖଲ କରିବାର ଶେଷ ତାରିଖ । ଖବରମୁତାବକ,ଭାରତ ପାଇଁ ବୃଜେଶ ପଟେଲ ୨୧ ଟି ଟେଷ୍ଟ ମ୍ୟାଚ୍ ଖେଳିଛନ୍ତି । ସେହିପରି ସୌରଭ ଗାଙ୍ଗୁଲି ପାଖରେ କ୍ରିକେଟର ଦୀର୍ଘ ଦିନ ଅନୁଭବ ରହିଛି ।