ବ୍ଲୋମଫୋଣ୍ଟେନ (ଏଟିଆର ବ୍ୟୁରୋ): ରବିବାର ଦିନ ଆଇସିସି ଦ୍ୱାରା ଖେଳାଯାଇଥିବା ୧୯ବର୍ଷରୁ କମ ଭାରତୀୟ ବିଶ୍ୱକପ ମ୍ୟାଚରେ ଶ୍ରୀଲଙ୍କାକୁ ହରାଇଲା ଭାରତ । ଶ୍ରୀଲଙ୍କାକୁ ୯୦ରନରେ ହରାଇଲା ଭାରତ । ଭାରତର ଦମଦାର ପ୍ରଦର୍ଶନ ଫଳରେ ଭାରତ ଏହି ମ୍ୟାଚଟିକୁ ଅତି ସହଜରେ ବିଜୟ ଲାଭ କରିପାରିଥିଲା । ଏହି ମ୍ୟାଚରେ ଶ୍ରୀଲଙ୍କା ପ୍ରଥମେ ଟସ ଜିତି ବୋଲିଂ କରିବା ପାଇଁ ନିଷ୍ପତି ନେଇଥିଲା । ଭାରତ ପ୍ରଥମେ ବ୍ୟାଟିଂ କରି ୨୯୭ରନରେ ସଂଗ୍ରହ କରିବାରେ ସକ୍ଷମ ହୋଇପାରିଥିଲା । ଏହାପରେ ଶ୍ରୀଲଙ୍କା ୪୫.୨ଓଭରରେ ଅଲଆଉଟ ହୋଇ ୨୦୭ରନ ସଂଗ୍ରହ କରିଥିଲା ।
ଭାରତୀୟ ସ୍ପିନର ସିଦ୍ଦେଶ ବୀର ଓ ରବି ବିଶ୍ନୋଇ ୨ଟି ଲେଖାଏଁ ୱିକେଟ ନେଇଥିଲେ । ତେବେ ଭାରତ ପାଇଁ ଗର୍ଗ ୭୨ଟି ବଲରେ ୫୬ରନ ସଂଗ୍ରହ କରିଥିଲେ । ସେହିପରି ଜୟସ୍ୱାଲ୭୪ଟି ବଲ ଖେଳି ୮ଟି ଚୌକା ମାରିଥିଲେ । ମ୍ୟାନ ଅଫ ଦ ମ୍ୟାଚ ସିଦ୍ଦେଶ ବିସ୍ଫୋରକ ବ୍ୟାଟିଂ କରି ଟିମର ସ୍କୋରକୁ ୨୯୭ ରନ ଯାଏଁ ପହଞ୍ଚାଇବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଥିଲେ । ବିସ୍ଫୋରକ ବ୍ୟାଟ୍ସମ୍ୟାନ ଯଶସ୍ୱୀ ଜୟସ୍ୱାଲ (୫୯ ରନ) ଓ ୱିକେଟକିପର ଧ୍ରୁବ ଜୁରେଲ (ଅପରାଜିତ ୫୨ ରନ)ଙ୍କ ଅର୍ଦ୍ଧଶତକୀୟ ଇନିଂସ ପରେ ବୋଲରଙ୍କ ଦମଦାର ପ୍ରଦର୍ଶନ ଫଳରେ ଭାରତ ଅତି ସହଜରେ ଏହି ମ୍ୟାଚଟିକୁ ଜିତି ପରିଥିଲା ।