ମୁମ୍ବାଇ (ଏଟିଆର ବ୍ୟୁରୋ): ମୋ ଜୀବନର ସବୁଠାରୁ ବଡ ମ୍ୟାଚ୍ । ଏକଥା ଆମେ କହୁ ନାହୁଁ ବରଂ ଖୋଦ୍ ସାଇନା କହିଛନ୍ତି । ଆଜ୍ଞା ହଁ ଭାରତୀୟ ଷ୍ଟାର ବ୍ୟାଡମିଣ୍ଟନ ଖେଳାଳୀ ସାଇନା ନେହୱାଲ ଏବଂ ପାରୁପଲ୍ଲୀ କଶ୍ୟପ ଦୁହେଁ ଗତକାଲି ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ଯାହାର ଫଟୋ ସାଇନା ତାଙ୍କ ଇଂଷ୍ଟାଗ୍ରାମ ଆକାଉଣ୍ଟରେ ପୋଷ୍ଟ କରିଛନ୍ତି ।
ଆପଣମାନେ ଭାବୁଥିବେ କି ଏତେବଡ ଷ୍ଟାର୍ ଯେହେତୁ ବାହାଘର ବି ଖୁବ୍ ଧାମ୍ ରେ ହୋଇଥିବ ବୋଲି । କିନ୍ତୁ ଏଭଳି କିଛି ହୋଇନଥିଲା ପୂରା ସାଧାସିଧାରେ ବାହାଘର ସମ୍ପନ୍ନ ହୋଇଛି । ଯାହା ଏହି ଫଟୋରୁ ସ୍ପଷ୍ଟ ଭାବେ ଜଣା ପଡୁଛି । ଏଥିରେ ସାଇନା ଏବଂ ପାରୁଲ ଦୁହେଁ ଲାଇଟ୍ ପିଙ୍କ୍ ରଙ୍ଗର ୱେଡିଙ୍ଗ ଆଉଟ୍ ଫିଟ୍ ପିନ୍ଧି ବେକରେ ଫୁଲ ମାଳ ପକାଇଥିବାର ନଜର ଆସୁଛନ୍ତି ।
ଦଶ ବର୍ଷର ପ୍ରେମ ସଂପର୍କରେ ଥିବା ଏହି ଯୋଡି ଶେଷରେ ସାତ ଜନ୍ମର ସାଥୀ ହୋଇଛନ୍ତି । ତେଲେଙ୍ଗାନାର ହାଇଦ୍ରାବଦରେ ରହୁଥିବା ଏହି ଯୋଡିଙ୍କ ଦୀର୍ଘ ଦିନ ସଂପର୍କକୁ ନେଇ ଲୋକେ ଅଜଣା ଥିଲେ ।
ଦେଶର ସବୁଠାରୁ ବଡ ବ୍ୟାଡମିଣ୍ଟନ ଷ୍ଟାର ହେଉଛନ୍ତି ସାଇନା । ସେ ୱାର୍ଲ୍ଡର ୯ ନମ୍ବର ସ୍ଥାନରେ ଅଛନ୍ତି । ୨୦୧୦ କମନୱେଲଥ ଗେମ୍ସରେ ସେ ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ । ପାରୁପଲ୍ଲୀ କଶ୍ୟପ ମଧ୍ୟ ଦେଶର ସବୁଠାରୁ ସର୍ବଶ୍ରେଷ୍ଠ ପୁରୁଷ ବ୍ୟାଡମିଣ୍ଟନ ଖେଳାଳୀ । ସେ ୨୦୧୪ରେ କମଲୱେଲଥ ଗେମ୍ସରେ ସ୍ୱର୍ଣ୍ଣ ପଦକ ଜିତିଥିଲେ । ଏହାପରେ ସେ ଅଷ୍ଟ୍ରିୟା ଓପନ ଭଳି ଅନେକ ବଡ ଟୁର୍ଣ୍ଣାମେଣ୍ଟ ନିଜ ନାଁରେ କରିଛନ୍ତି ।