ମେଲବର୍ଣ୍ଣ (ଏଟିଆର ବ୍ୟୁରୋ); ପୁରୁଣା ଫର୍ମକୁ ପେରିଲେ ଧୋନୀ । ସୁନ୍ଦର ସଟ ଖେଳି ଦର୍ଶକ ମନକୁ ମୋହିଲେ ମାହି । ଅଷ୍ଟ୍ରେଲିଆରେ ଚାଲିଥିବା ଦିନିକିଆ ସିରିଜରେ ୩ଟି ମ୍ୟାଚରେ ୩ଟି ଅର୍ଦ୍ଧଶତକ ହାସଲ କରିଛନ୍ତି ଧୋନୀ । ଯାହାକୁ ନେଇ ଧୋନୀପ୍ରେମୀଙ୍କ ମନରେ ଖେଳି ଯାଇଛି ଖୁସିର ଲହରୀ । ଶେଷ ମ୍ୟାଚରେ ଅର୍ଦ୍ଧଶତକ ହାସଲ କରିବା ସହ ଦଳକୁ ବିଜୟ ପଥରେ ଆଗେଇ ନେଉଛନ୍ତି ଧୋନୀ । ଏଯାବତ ଧୋନୀ ୮୨ ବଲର ସମୁଖୀନ ହୋଇ ୫୮ ରନ କରିବାରେ ସକ୍ଷମ ହୋଇଛନ୍ତି ।
ଏହି ଦିନିକିଆ ସିରିଜ ପୂର୍ବରୁ ଖରାପ ଫର୍ମରେ ଥିଲେ ଧୋନୀ । ତେବେ ଏହି ସିରିଜରେ କଣ କରିବେ ବୋଲି କ୍ରିକେଟ ପ୍ରେମୀଙ୍କ ମନରେ ପ୍ରଶ୍ନ ଉଠୁଥିବା ବେଳେ ଏହାକୁ ଦୂର କରିଛନ୍ତି ଧୋନୀ । ୩ଟି ମ୍ୟାଚରେ ୩ଟି ଅର୍ଦ୍ଧଶତକ ଅର୍ଜନ କରିବାରେ ସକ୍ଷମ ହୋଇଛନ୍ତି । ତେବେ ଦ୍ୱିତୀୟ ଦିନିକିଆରେ ଧୋନୀଙ୍କ ଧୂଆଁଧାର ବ୍ୟାଟିଂ ପାଇଁ ଟିମ ବିଜୟର ସ୍ୱାଦ ଚାଖିଥିଲା । ଏବଂ ଇତିହାସ ରଚିବାର ଗୋଟିଏ ପାଦ ଆଗକୁ ବଢ଼ିଥିଲା ।