ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଏଥର ସାଧାରଣ ଲୋକ ଧରାଇବେ ବେପରୁଆ ଗାଡି ଚାଳକଙ୍କୁ । ମୋବାଲ ଫୋନ ଆପ୍ଲିକେଶନ ମାଧ୍ୟମରେ ବେପରୁଆ ଗାଡି ଚାଳକଙ୍କୁ ଧରିବେ ସାଧାରଣ ଲୋକେ । ରାଜ୍ୟରେ ପ୍ରଚଳିତ ହେବ ସିଟି ରିପୋର୍ଟିଂ ଆପ । ଯେଉଁ ଗାଡି ଚାଳକମାନେ ବେପରୁଆ ଗାଡି ଚାଳନ କରୁଥିବେ ସେମାନଙ୍କର ଫଟୋ ଉଠାଇ ଉକ୍ତ ଆପ ଜରିଆରେ ଧରାପକାଇ ପାରିବେ ସାଧାରଣ ଲୋକ । ତେବେ ସୂଚନା ଦାତାର ନାମ ଗୋପନୀୟ ରଖାଯିବା ସହ, ବେପରୁଆ ଗାଡି ଚାଳକ ଉପରେ ଆକଶ୍ୟକୀୟ ଯାଞ୍ଚ କରାଯାଇ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବା ସହ ଚାଲଣ ମଧ୍ୟ କଟାଯିବ ବୋଲି କହିଛନ୍ତି ଯୋଜନା ଓ ସଂଯୋଜନା ଏବଂ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ।
ଗତକାଲି ସଡକ ସୁରକ୍ଷା ସପ୍ତାହର ଉଦଯାପନୀ ଉତ୍ସବରେ ଭୁବନେଶ୍ୱର ଚନ୍ଦ୍ରଶେଖରପୁରସ୍ଥିତ ଡ୍ରାଇଭିଂ ଟ୍ରେଷ୍ଟିଂ ଟ୍ରାକଠାରେ ଆଯୋଜିତ ହୋଇଥିବା କାର୍ଯ୍ୟକ୍ରମରେ ଇ- ଚେକଗେଟ ବ୍ୟବସ୍ଥାର ଶୁଭାରମ୍ଭ କରାଯାଇଥିଲା । ଏହି ନୂତନ ବ୍ୟବସ୍ଥାର ଶୁଭାରମ୍ଭ କରି ମନ୍ତ୍ରୀ କହିଛନ୍ତି, ଓଡିଶା ଦୁର୍ଘଟଣା ଜନିତ ମୃତ୍ୟୁସଂଖ୍ୟାରେ ୫ମ ସ୍ଥାନରେ ରହିଛି । କିନ୍ତୁ ନୂତନ ମୋଟର ଯାନ ଆଇନ ଲାଗୁ ହେବା ଦିନ ଠାରୁଚ ରାଜ୍ୟରେ ଦୁର୍ଘଟଣା ଜନିତ ମୃତ୍ୟୁ ସଂଖ୍ୟା କମିଛି । ନୂଆ ନିୟମ ଅନୁସାରେ ଟ୍ରାଫିକ ନିମୟ ଭାଙ୍ଗିଲେ ଦେବାକୁ ପଡିଥାଏ ମୋଟା ଅଙ୍କର ଜୋରିମାନ । ଅନ୍ୟପଟେ ଜୋରିମାନ ଅଧିକ ହେବା ଫଳରେ ବେପରୁଆ ଗାଡ଼ି ଚାଳକମାନେ ଟ୍ରାଫିକ ନିୟମ ଉଲ୍ଲଂଘନ କରିବାକୁ ୧୦ଥର ଭାବିବେ। ମନ୍ତ୍ରୀ ଆହୁରୀ ମଧ୍ୟ କହିଛନ୍ତି ନିକଟରେ ଅନ୍ୟ ରାଜ୍ୟର ମନ୍ତ୍ରୀ ମାନେ ଅଧିକ ସଂଖ୍ୟ ଜୋରିମାନ ଆଦାୟକୁ ବିରୋଧ କରୁଥିଲେ କିନ୍ତୁ ମୁଁ ଏହାକୁ ସମର୍ଥନ ଜଣାଇଥିଲି ।
କାରଣ ଯଦି ଜଣେ ନିୟମ ଭାଙ୍ଗୁଛି ତେବେ କାହିଁକି ସେ ଅଧିକ ସଂଖ୍ୟାକ ଜୋରିମାନ ଦେବ ନାହିଁ । ଦୁର୍ଘଟଣା ଜନିତ ମୃତ୍ୟୁସଂଖ୍ୟା କମାଇବାକୁ ହେଲେ ଟ୍ରାଫିକ ନିୟମକୁ କଡାକଡି କରିବାକୁ ହେବ । ସେହିପରି ବାଇକ ପଛରେ ବସୁଥିବା ବ୍ୟକ୍ତି ହେଲମେଟ୍ ପିନ୍ଧିବା ବାଧ୍ୟତାମୂଳକ କରାଯିବା ସହ ରାମେଶ୍ୱରରୁ ଚଣ୍ଡିଖୋଲ ରାସ୍ତାରେ ଇଣ୍ଟେଲିଜେଣ୍ଟ ଟ୍ରାଫିକ କଣ୍ଟ୍ରୋଲ ସିଷ୍ଟମ କରାଯିବ। ଏହାସହ ରାସ୍ତାରେ ଅତ୍ୟାଧୁନିକ କ୍ୟାମେରା ଲାଗିବ। ଏହା ସାହାଯ୍ୟରେ ବେପରୁଆ ଗାଡ଼ିଚାଳକଙ୍କୁ ଚିହ୍ନଟ ପରେ ଜରିମାନା ଆଦାୟ କରାଯିବ ବୋଲି ମନ୍ତ୍ରୀ ନିଜର ବକ୍ତବ୍ୟରେ କହିଛନ୍ତି ।
ସଡ଼କ ଦୁର୍ଘଟଣାରେ ମୃତ୍ୟୁ ଘଟୁଥିବାବେଳେ ଓଡିଶାରେ ସ୍ଥିତି ଉଦ୍ବେଗଜନକ ରହିଛି।ଆମ ଦେଶରେ ବର୍ଷକୁ ହାରାହାରି ୧ଲକ୍ଷ ୫୦ ହଜାର ଲୋକଙ୍କ ସଡ଼କ ଦୁର୍ଘଟଣା ଘଟିଥାଏ । ତେବେ ଚଳିତବର୍ଷ ୯୦ ପ୍ରତିଶତ ଲୋକ ଟ୍ରାଫିକ ନିୟମ ସଂକ୍ରାନ୍ତରେ ସଚେତନ ହୋଇଛନ୍ତି ବୋଲି ପରିବହନ କମିଶନର ସଞ୍ଜୀବ ପଣ୍ଡା କହିଛନ୍ତି । ଏହି କାର୍ଯ୍ୟକ୍ରମରେ ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ, ଭୁବନେଶ୍ୱର(ଉତ୍ତର) ବିଧାୟକ ସୁଶାନ୍ତ ରାଉତ, ଭୁବନେଶ୍ୱର (ମଧ୍ୟ) ବିଧାୟକ ଅନନ୍ତ ନାରାୟଣ ଜେନା, ଆଇଜି (ସିଆଇଡି) ଅମିତେନ୍ଦ୍ର ନାଥ ସିହ୍ନା, ଆର୍ଟିଓ-୧ ଓ ଆର୍ଟିଓ-୨ ପ୍ରମୁଖ ଉପସ୍ଥିତ ଥିଲେ।