ଭୁବନେଶ୍ୱର (ଏଟିଆର ବ୍ୟୁରୋ) ; ବିଶ୍ୱକପ ହକି ପାଇଁ ଚଳଚଞ୍ଚଳ ହୋଇ ପଡିଛି ରାଜଧାନୀ ଭୁବନେଶ୍ୱର । ସ୍ଥାନୀୟ ମାଉସୀ ମା ଓଭର ବ୍ରିଜ ପାଖ ଶିଶୁ ଭବନ ଛକ ନିକଟରେ ବନା ହୋଇଥିବା ଏକାମ୍ର କ୍ଷେତ୍ର ରାଜଧାନୀ ବାସୀଙ୍କ ମନମୋହୁଛି । ରଙ୍ଗ ବେରଙ୍ଗ ଆଲୋକରେ ସଜବାଜ ସାଙ୍ଗକୁ କାନ୍ଥରେ ଅଙ୍କା ଯାଇଥିବା ଛବି ଦେଖିବା ପାଇଁ ଲୋକଙ୍କ ଭିଡ ଜମୁଛି । ମୁଖ୍ୟତଃ ଏଠାରେ ଯାତ୍ରୀମାନେ ବସିବା ପାଇଁ ସିଟର ସୁବିଧା ହୋଇଛି । ସନ୍ଧ୍ୟା ସମୟରେ ଏଠାରେ ଅଧିକ ଦର୍ଶକଙ୍କ ଭିଡ ଦେଖିବାକୁ ମିଳୁଛି କାରଣ ଏଠାରେ ଲାଗିଥିବା ରଙ୍ଗ ବେରଙ୍ଗ ଲାଇଟ ଅତ୍ୟନ୍ତ ମନୋରମ ହୋଇଛି । ସେଲଫି ନେବା ପାଇଁ ଯୁବପିଢ଼ୀଙ୍କ ଠାରୁ ଆରମ୍ଭ କରି ସବୁ ବର୍ଗର ଲୋକ ଏଠାରେ ଡେରା ଜମାଇଥାନ୍ତି ।
ଓଡିଶାର କଳା ଏବଂ ପରମ୍ପରା ସବୁ ରାଜଧାନୀର କାନ୍ଥରେ ଚିତ୍ରିତ ହୋଇଛି । କୋଉଠି ହକି ଖେଳାଳିଙ୍କ ଫଟୋ ବନାଯାଇଥିବା ବେଳେ ଆଉ କେଉଁଠି ଆଦିବାସୀ ବା ଜନଜାତୀଙ୍କ ତିତ୍ରରେ ଝଲସୁଛି ରାଜଧାନୀର କାନ୍ଥ । ସୁନ୍ଦର ଆଲୋକି କରଣ ପାଇଁ ରାତିରେ ରାଜଧାନୀ ଚମକି ଉଠୁଛି ।
ହକି ବିଶ୍ୱକପ ପାଇଁ ବଦଳି ଯାଇଛି ସମ୍ପୂର୍ଣ୍ଣ ରାଜଧାନୀର ଚିତ୍ର । ତେବେ ବହୁ ପ୍ରତିକ୍ଷିତ ଏହି ଟୁର୍ଣ୍ଣାମେଣ୍ଟ ଆସନ୍ତା ୨୮ ତାରିଖରୁ ଡିସେମ୍ବର ୨୬ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେଉଛି । ବିଶ୍ୱର ଏତେ ବଡ ଟୁର୍ଣ୍ଣାମେଣ୍ଟ ଓଡିଶାରେ ଆୟୋଜିତ ହେଇଥିବାରୁ ବିଶ୍ୱର କୋଣ ଅନୁକୋଣରୁ ବହୁ ଦର୍ଶକଙ୍କ ସୁଅ ଛୁଟିବ । ଏଣୁ ଏହାକୁ ନଜରରେ ରଖି ଭୁବନନେଶ୍ୱରରେ ଏତେ ସବୁ ଆୟୋଜନ କରାଯାଉଛି ।
ରାସ୍ତା ଠାରୁ ଆରମ୍ଭ ଆୟୋଜନର ସବୁ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଁଞ୍ଚି ସାରିଲାଣି । ରାଜଧାନୀର ବିଭିନ୍ନ ଜାଗାରେ ବନାଯାଇଥିବା ଓ I love bhubneswr ପାଖରେ ମଧ୍ୟ ଲୋକଙ୍କ ଭିଡ ଜମୁଛି । ସେଲଫି ନେବା ପାଇଁ ଏହି ସ୍ଥାନରେ ଜନଗହଳି ବଢ଼ି ଯାଉଛି ।
ରିପୋର୍ଟ ; ଗୁଣନିଧି ବେହେରା