କୋଲକାତା (ଏଟିଆର ବ୍ୟୁରୋ): ବିଗତ କିଛି ଦିନ ହେବ ଲଗାତର ଭାବେ ହେଉଥିବା ଦୁର୍ଘଟଣା ଲୋକଙ୍କୁ ଛାନିଆ କରି ରଖିଛି । ଏବେ ପୁଣି ଏକ ବଡ ଧରଣର ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ଯାତ୍ରୀ । ଅଜ୍ଞା ହଁ ବିନା ଇଞ୍ଜିନରେ ଦୁଇ କିଲୋମିଟର ପର୍ଯ୍ୟନ୍ତ ଟ୍ରାକରେ ଗଡିଲା ଏକ୍ସପ୍ରେସ । ସୌଭାଗ୍ୟ ବସତଃ ଏଥିରେ କାହାର କୌଣସି ପ୍ରକାର କ୍ଷତି ହୋଇନାହିଁ । କଥାଟା ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗିଲେ ବି ଏହା ସତ । ଏଭଳି ଏକ ଘଟଣା କୋଲକାତାର ଅଲିପୁରଦ୍ୱାର ନିକଟରେ ହୋଇଥିବା ସାମ୍ନାକୁ ଆସିଛି ।
ବେଙ୍ଗାଲୁରୁରୁ ତିନିସୁକିୟା ଅଭିମୁଖେ ଯାଉଥିବା ସୁପରଫାଷ୍ଟ ଏକ୍ସପ୍ରେସର ୨୧ଟି ବଗି ବିନା ଇଞ୍ଜିନ୍ ରେ ଟ୍ରାକରେ ଦୌଡୁଥିବାରୁ ଦେଖିବାକୁ ମିଳିଥିଲା । ଏହି ସମୟରେ ଟ୍ରେନର ବେଗ ଘଣ୍ଟା ପ୍ରତି ୬୦ କିଲୋମିଟର ଥିଲା । ଏହି ଦୃଶ୍ୟ ସ୍ଥାନୀୟ ଲୋକେ ଦେଖିବା ପରେ ଟ୍ରେନରୁ ଯାତ୍ରୀମାନଙ୍କୁ ହଟି ଯିବା ପାଇଁ ଚିକ୍ରାର କରିଥିଲେ । ଏହା ଜାଣିଲା ପରେ ଟ୍ରେନରେ ଥିବା ଯାତ୍ରୀଙ୍କ ମଧ୍ୟରେ ଭୟର ବାତାବରଣ ଖେଳିଯାଇଥିଲା । କିନ୍ତୁ ଭଗବାନ ସାହା ହେବା ପରି ଏକ୍ସପ୍ରେସଟି ଅଚାନକ୍ ଅଲିପୁରଦ୍ୱାରର ମଦାରିହାଟ ନିକଟରେ ି ଅଟକି ଯାଇଥିଲା । ଫଳରେ ଯାତ୍ରମାନେ ଦୀର୍ଘ ନିଶ୍ୱାସ ନେବା ସହ ଏକ ବଡ ଧରଣର ଦୁର୍ଘଟଣା ହେବାରୁ ବର୍ତ୍ତି ଯାଇଥିଲେ ।