ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ ) ; ପାଣ୍ଡିଆନଙ୍କ ନାମରେ ଦୁର୍ନୀତି ଅଭିଯୋଗ । ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବଙ୍କ ବିରୋଧରେ ହେବ ତଦନ୍ତ । ପ୍ରଧାନମନ୍ତ୍ରୀଙ୍କ ପାଖରେ ପହଞ୍ଚିଲା ପାଣ୍ଡିଆନଙ୍କ ବିରୋଧରେ ଥିବା ଅଭିଯୋଗ ପତ୍ର । ଓଡିଶା ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ବ୍ୟକ୍ତିଗତ ସଚିବ ତଥା ଆଇଏଏସ ଭିକେ ପାଣ୍ଡିଆନଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାଖରେ ଫେରାଦ ହୋଇଛି ଇଣ୍ଟର କଣ୍ଟିନେଣ୍ଟାଲ ଆସୋସିଏସନ ଅଫ ଲୟର୍ସ । ଶ୍ରୀ ପାଣ୍ଡିଆନଙ୍କ ନାମରେ ୭୦୦ କୋଟି ଟଙ୍କାର ଆୟ ବର୍ହିଭୁତ ସମ୍ପତି ଠୁଳ ଅଭିଯୋଗ ହୋଇଛି ।
ବିଜେଡିର ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ନେତା ଦାମୋଦତ ରାଉତଙ୍କ ବୟାନ ଓ ବିଭିନ୍ନ ଗଣମାଧ୍ୟମ ରେ ପ୍ରକାଶିତ ତଥ୍ୟ ଆଧାରରେ ପାଣ୍ଡିଆନଙ୍କ ବିରୋଧରେ ଏପରି ଅଭିଯୋଗ ହୋଇଛି । ଏନେଇ ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି , ସିବିଆଇ ନିର୍ଦ୍ଦେଶକ , ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ଓ ଭୁବନେଶ୍ୱର ସ୍ଥିତ ସିବିଆଇ ଏସପି ଙ୍କୁ ତିନି ପୃଷ୍ଠା ବିଶିଷ୍ଠ ଅଭିଯୋଗ ପତ୍ର ପ୍ରଦାନ କରି ପାଣ୍ଡିଆନଙ୍କ ବିରୋଧରେ ତଦନ୍ତ ଦାବି କରିଛନ୍ତି ଓକିଲ ସଂଘର ଆର୍ନ୍ତଜାତିକ ଅଧ୍ୟକ୍ଷ ଦେବାଶିଷ ମିଶ୍ର ।
ଖାଲି ସେତିକି ନୁହେଁ ପାଣ୍ଡିଆନଙ୍କୁ ଛାଡି ବର୍ତ୍ତମାନର ମୁଖ୍ୟ ସଚିବ ଓ ଉନ୍ନୟନ କମିଶନରଙ୍କ ବିରୋଧରେ ମଧ୍ୟ ତଦନ୍ତ ଦାବି କରିଛି ଏହି ସଂଘ । ଗତ ୨୦୦୦ ମସିହାଠାରୁ ଓଡିଶାର ଶାସନ ଦାୟିତ୍ୱରେ ଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଶାସନର ପୃଷ୍ଠଭୂମି ଓ ୨୦୧୪ ମସିହା ଠାରୁ ପାଣ୍ଡିଆନ ମୁଖ୍ୟମନ୍ତ୍ରୀ କାର୍ଯ୍ୟଳୟରୁ ପ୍ରତ୍ୟେକ ନିଷ୍ପତି ନେଉଥିବା ଶ୍ରୀ ମିଶ୍ର ନିଜ ଅଭିଯୋଗରେ ଉଲ୍ଲେଖ କରିଛନ୍ତି । ପାଣ୍ଡିଆନଙ୍କ ପାଖରେ ଥିବା ୭୦୦ କୋଟି ଟଙ୍କାର ଆୟ ବର୍ହିଭୁତ ସମ୍ପତି କେଉଁଠୁ ଆସିଲା ବୋଲି ଶ୍ରୀ ମିଶ୍ର ପ୍ରଶ୍ନ କରିବା ସହ ଏହାର ତଦନ୍ତ ଦାବି କରିଛନ୍ତି ।
ସୂଚନା ଯୋଗ୍ୟ , ଶ୍ରୀ ପାଣ୍ଡିଆନ ଗଞ୍ଜାମର ଜିଲ୍ଲାପାଳ ଥିବା ବେଳେ ଲକ୍ଷ୍ମୀଧର ଦାଶ ନାମକ ଜଣେ ଡିଆଇଙ୍କୁ ୨ ଲକ୍ଷ ଟଙ୍କା ଲାଞ୍ଚ ମାଗିଥିଲେ । ତେବେ ଡିଆଇ ଜଣକ ଲାଞ୍ଚ ନଦେବାରୁ ପାଣ୍ଡିଆନ ତାଙ୍କୁ ଚାକିରୀରୁ ବହିସ୍କାର କରିଦେଇଥିବା କଥା ଅଭିଯୋଗ ପତ୍ରରେ ଉଲ୍ଲେଖ କରିଛନ୍ତି ଶ୍ରୀ ମିଶ୍ରା । ଖାଲି ସେତିକି ନୁହେଁ ହାଇକୋର୍ଟରେ ଏହି ମାମଲା ପହଞ୍ଚିବାରୁ ସମ୍ପୃକ୍ତ ଅଧିକାରୀଙ୍କ ବହିସ୍କାର ବେଆଇନ ବୋଲି ହାଇକୋର୍ଟ ଜଣାଇଥିଲେ । ଏହାସହ ସେହି ଅଧିକାରୀଙ୍କୁ ପୁନଃ ନିଯୁକ୍ତି ଦେବା ପାଇଁ ମଧ୍ୟ ହାଇକୋର୍ଟ କହିଥିଲେ । ତେବେ ଏଯାଏଁ ସମ୍ପୃକ୍ତ ଅଧିକାରୀଙ୍କୁ ପୁନଃ ନିଯୁକ୍ତି ନ ମିଳିବା ପଛରେ ପାଣ୍ଡିଆନଙ୍କ ହାତ ଥିବା ଅଭିଯୋଗ ପତ୍ରରେ ଦର୍ଶାଯାଇଛି । ଅନ୍ୟପଟେ ଏହା ହାଇକୋର୍ଟଙ୍କ ନିର୍ଦ୍ଦେଶର ଅବମାନନା ବୋଲି ସେ ଜଣାଇଛନ୍ତି ।
ସେପଟେ ମୁଖ୍ୟମନ୍ତ୍ରୀଙ୍କ ଦସ୍ତଖତ ହେବାକୁ ଥିବା ପ୍ରତେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ପାଣ୍ଡିଆନ ନିଷ୍ପତି ନେଉଥିବା ଶ୍ରୀ ମିଶ୍ରା ଜଣାଇଛନ୍ତି । ସେହିପରି ତାମିଲନାଡୁ ସରକାର ବେଦାନ୍ତ କମ୍ପାନୀକୁ ନିଜ ରାକ୍ୟରୁ ବାହାର କରିଦେଇଥିବା ବେଳେ ଓଡିଶା ରେ ବେଦାନ୍ତକୁ ଅହେତୁକ ଅନୁକମ୍ପା ଦେଖାଇ ଏଣ୍ଟୀ କରାଇଥିଲେ ପାଣ୍ଡିଆନ । ପାଣ୍ଡିଆନ ଙ୍କ ନିର୍ଦ୍ଦେଶରେ ବେଦାନ୍ତ କମ୍ପାନୀକୁ ଓଡିଶାରେ ବେଆଇନ ଭାବେ ବକ୍ସାଇଟ ଖଣି ଆବଣ୍ଟନ କରାଉଥିବା ସଂଘ ନିଜ ଅଭିଯୋଗ ରେ ଦର୍ଶାଇଛି । ଏସବୁ ମାମଲା ଏବେ ସୁପ୍ରୀମକୋର୍ଟରେ ବିଚାରାଧୀନ ଥିବା ବେଳେ ବେଦାନ୍ତ କମ୍ପାନୀ ରାଜ୍ୟର ଓକିଲମାନଙ୍କୁ ନିଜ ହାତକୁ ନେଇ ମାମଲାର ଶୁଣାଣୀ ଘୁଞ୍ଚାଯାଉଥିବା ପଛରେ ପାଣ୍ଡିଆନଙ୍କ ହାତ ଥିବା ସଂଘ ଦାବି କରିଛି । ତେବେ ପାଣ୍ଡିଆନଙ୍କ ବିରୋଧରେ ଥିବା ୭୦୦ କୋଟି ଆୟବର୍ହିଭୁତ ସମ୍ପତି ଠୁଳ ଅଭିଯୋଗ ଓ ଦୁର୍ନୀତି କୁ ନେଇ କେବେ ତଦନ୍ତ ନିର୍ଦ୍ଦେଶନାମା ଜାରି ହେଉଛି ଦେଖିବାକୁ ବାକି ରହିଲା ।