ପୁରୀ (ଏଟିଆର ବ୍ୟୁରୋ): ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ । କୋଟି କୋଟି ଭକ୍ତଙ୍କର ପ୍ରାଣର ଦେବତା ହେଉଛନ୍ତି ମହାପ୍ରଭୁ ଶ୍ରୀ ଜଗନ୍ନାଥ । ମହାପ୍ରଭୁଙ୍କର ଅନେକ ପରମ୍ପରା ଓ ନୀତି ରହିଛି । ସେହି ସବୁ ନୀତି ମଧ୍ୟରୁ ବନକଲାଗି ନୀତି ଅନ୍ୟତମ । ବିଧି ମୁତାବକ ମହାପ୍ରଭୁଙ୍କ ପ୍ରତ୍ୟେକ ନୀତି ପାଇଁ ସେବାୟତ ମାନେ ନିୟୋଜିତ ଥାନ୍ତି । ସେହିପରି ଦତ୍ତାମହାପାତ୍ର ସେବକଙ୍କ ଦ୍ୱାରା ଚର୍ତୁଦ୍ଧାମୂରତୀଙ୍କର ପ୍ରାକୃତିକ ରଙ୍ଗରେ ଶ୍ରୀମୁଖ ଶୃଙ୍ଗାର କରାଯିବ ।
ଏହି ବନକଲାଗି ନୀତି ଅତ୍ୟନ୍ତ ଗୁପ୍ତ ହୋଇଥଇବାରୁ କିଛି ଘଣ୍ଟା ପାଇଁ ମହାପ୍ରଭୁଙ୍କ ଦର୍ଶନ ବନ୍ଦ ରହିବ । ସେଥିପାଇଁ ଅପରାହ୍ନ ୪ ଟା ୩୦ରୁ ୮ ଟା ୩୦ ମଧ୍ୟରେ କୌଣସି ଭକ୍ତ ଶ୍ରିଜିଉଙ୍କୁ ଦର୍ଶନ କରି ପାରିବେ ନାହିଁ ବୋଲି ମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ମିଳିଛି ।