ପୁରୀ (ଏଟିଆର ବ୍ୟୁରୋ) ; ରାସ୍ତା ଉପରେ ପଡିରହିଥିଲା କଟା ମୁଣ୍ଡ । ଯାହାକୁ ଦେଖିବା ପରେ ସ୍ଥାନୀୟ ଅଞ୍ଚଳରେ କୋକୁଆ ଭୟ ସୃଷ୍ଟି ହୋଇଯାଇଥିଲା । ତେବେ ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ପୁରୀ ଜିଲ୍ଳା ଡେଲାଙ୍ଗ ଅଞ୍ଚଳରେ । ତେବେ ଏହା ଆତ୍ମହତ୍ୟା ନାଁ ହତ୍ୟା ତାହା ରିପୋର୍ଟ ଲେଖାଯିବା ପର୍ଯ୍ୟନ୍ତ ଅସ୍ପଷ୍ଠ । ମିଳିଥିବା ସୂଚନା ମୁତାବକ ଗତକାଲି ରାତି ୯ଟାରେ ପିପିଲରୁ ଡେଲାଙ୍ଗ ଆଡେ ଆସୁଥିବା ବେଳେ ଏକ ଅଟୋ ଗଛରେ ପିଟି ହୋଇ ଯାଇଥିଲା । ଏହାକୁ ଦେଖିବା ପରେ ସ୍ଥାନୀୟ ଲୋକ ଦୈାଡି ଯାଇଥିଲେ ଅଟୋ ପାଖକୁ ଯାଇଥିଲେ । ସେଠାକୁ ଯିବା ପରେ ଯାହା ଦେଖିଲେ ଶୁଣିରେ ଲୋମ ଟାଙ୍କୁରି ଉଠିବ । ରାସ୍ତା କଡରେ ମୁଣ୍ଡ ଗଣ୍ଡି ବିହିନ ଏକ ଶବ ଦେଖିଦେଖି ଧରି ଯାଇଥିଲେ ।
ତେବେ ସବୁଠାରୁ ବଡ କଥା ହେଉଛି ଅଟୋକୁ ଉଦ୍ଧାର କରିବା ପାଇଁ ଲୋକ ଯାଉଥିବା ବେଳେ ଅଟୋରେ ବସିଥିବା ଜଣେ ଲୋକ ଦୈାଡି ପଳେଇଥିଲା । ଡ୍ରାଇଭର ପଳାଇବା ପାଇଁ ଚେଷ୍ଟା କରୁଥିବା ବେଳେ ସ୍ଥାନୀୟ ଲୋକ ଅଟକାଇ ପୋଲିସକୁ ଜିମା ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଁଞ୍ଚିବା ପରେ ଶବକୁ ଉଦ୍ଧାର କରି ପୋଷ୍ଟମୋଟମ କରିବା ପାଇଁ ପଠେଇ ଦେଇଛି । ଏବେ ପୋଲିସ ଘଟଣାର ଅଧିକ ସତ୍ୟାସତ୍ୟ ପାଇଁ ତଦନ୍ତ ଜାରି କରିଛନ୍ତି । ପୋଷ୍ଟମର୍ଟମ ରିପୋର୍ଟକୁ ଅପେକ୍ଷା ।
ମୃତ୍ୟୁ ହୋଇଥିବା ବ୍ୟକ୍ତି ଜଣକ ହେଲେ ସତ୍ୟବାଦୀ ବ୍ଳକ ଉତ୍ତରାଖଣ୍ଡ ଗାଁର ଦିଜ ସେନାପତି । ଅଟୋ ଚଳାଉଥିବା ବ୍ୟକ୍ତି ଜଣକ ହେଲେ ଅଗାଧୁ ସେନାପତି । ଏମାନେ ଦୁହେଁ ସମ୍ପର୍କୀୟ ବୋଲି ଜଣାପଡିଛି । ତେବେ ଭାଇ କଣ ଭାଇକୁ ମାରିଥିବ । ନାଁ ଗଛରେ ପିଟି ହେବା ଫଳରେ ଦିଜଙ୍କ ମୃତ୍ୟୁ ହୋଇଛି । ଯଦି ଗଛରେ ପିଟି ହୋଇ ମୃତ୍ୟୁ ହୋଇଛି ତେବେ ଗାଡିରେ ବସିଥିବା ବ୍ୟକ୍ତି ଜଣକ ଦୋ÷ଡି କାଇଁ ପଳାଇଲେ । ଏହା ହତ୍ୟା ନାଁ ଆତ୍ମହତ୍ୟା ? ଏବେ ସୁଦ୍ଧା ସନ୍ଦେହ ଘେରରେ ରହିଛି ।