ଭୁବନେଶ୍ୱର (ଏଟିଆର ବ୍ୟୁରୋ): ହିନ୍ଦୁ ଧର୍ମରେ ବାର ଅନୁଯାୟୀ ବିଭିନ୍ନ ଦେବା ଦେବୀଙ୍କୁ ପୂଜା କରାଯାଇଥାଏ । ସେହିପରି ମଙ୍ଗଳବାର ହେଉଛି ଭଗବାନ ଶ୍ରୀ ହନୁମାନଙ୍କ ଦିନ । ଏହି ଦିନ ହନୁମାନଙ୍କୁ ପୂଜା କରିବା ଦ୍ୱାରା ସମସ୍ତ ଦୁଃଖ କଷ୍ଟ ଦୂର ହୁଏ ବୋଲି ବିଶ୍ୱାସ ରହିଛି । ଭଗବାନ ଶ୍ରୀ ହନୁମାନଙ୍କୁ ସଙ୍କଟମୋଚନ ନାମରେ ମଧ୍ୟ ଜଣା ଯାଇଥାଏ । ସଙ୍କଟମୋଚନଙ୍କୁ ପ୍ରସନ୍ନ କରିବା ଲାଗି ଭକ୍ତମାନେ ହନୁମାନ ଚାଳିଶା ପାଠ କରିଥାନ୍ତି । ମାତ୍ର କିଛି ଭକ୍ତ ଅଛନ୍ତି ହନୁମାନ ଚାଳିଶା ପାଠ କଲା ବେଳେ ଅନେକ ଭୁଲ୍ କରି ବସନ୍ତି । ତେବେ ଆସନ୍ତୁ ଜାଣିବା କଣ ରହିଛି ସେହି ସବୁ ଭୁଲ୍..
– ହନୁମାନ ଚାଲିଶା ପାଠ କଲା ବେଳେ ଧୂଆ ଧୁଇ ହୋଇ ନାଲି ରଙ୍ଗର ବସ୍ତ୍ର ପିନ୍ଧି ହନୁମାନଙ୍କ ମୂର୍ତ୍ତି ଆଗରେ ଆସନ ଉପରେ ବସି ପାଠ କରିବା ଉଚିତ୍ ।
– ସବୁଠୁ ବଡ କଥା ହେଲା ଉଲ୍ ରେ ବୁଣା ହୋଇଥିବା ଆସନ ଉପରେ ବସି ହନୁମାନ ଚାଳିଶା ପାଠ କରିବା ଉଚିତ୍ ।
– ଚାଳିଶା ପାଠ କରିବା ବେଳେ ଆପଣଙ୍କ ଆଖ ପାଖ ସଫା ସୁତରା ରଖନ୍ତୁ । ନଚେତ୍ ଏହା ପରମୁହୂର୍ତ୍ତରେ ଆପଣଙ୍କ ଜୀବନରେ ଖରାପ ପ୍ରଭାବ ପକାଇବ ।
– ହନୁମାନ ଚାଳିଶା ପାଠ କରିବା ସମୟରେ ଆପଣଙ୍କ ଧ୍ୟାନ କେବଳ ପୂଜା ଉପରେ ରହିବା ଦରକାର । ଏହାଦ୍ୱାରା ବଜରଙ୍ଗୱାଲି ପ୍ରସନ୍ନ ହୋଇଥାନ୍ତି ।