ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ଗତ ଅଗଷ୍ଟ ୫ ତାରିଖରେ ଭତ୍ତ ପ୍ରସ୍ତର ସ୍ଥାପନ କରାଯାଇଛି । ଏହାପରେ ଦେଶବିଦେଶରେ ଥିବା ଭକ୍ତ ମନ୍ଦିର ନିର୍ମାଣ ପାଇଁ ଦାନ କରିବାରେ ଲାଗିଛନ୍ତି । ଇତିମଧ୍ୟରେ ଭାରତୀୟ ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ ଅଯୋଧ୍ୟାରେ ପ୍ରଥମ ବିଦେଶି ମୁଦ୍ରା ଏକ୍ସଚେଞ୍ଜ କାଉଣ୍ଟର ଖୋଲିବାର ନିର୍ଣ୍ଣୟ ନେଇଛି । ଯାହାଫଳରେ ଭାରତ ବାହାରୁ ଆସୁଥିବା ପର୍ଯ୍ୟଟକ ବି ବେଦଶି ମୁଦ୍ରା ର ଏକ୍ସଚେଞ୍ଚ କରିପାରିବେ ।
କୁହାଯାଉଛି କି ଅଯୋଧ୍ୟା ସ୍ଥିତ ଏସବିଆଇ ଶାଖାରେ ଅକ୍ଟୋବର ମଧ୍ୟରେ ବିଦେଶି ମୁଦ୍ରା ଏକ୍ସଚେଞ୍ଜ ଆକାଉଣ୍ଟ ଖୋଲିଯିବ । ଏହାକୁ ନେଇ ଶାଖା ପ୍ରବନ୍ଧକ ପ୍ରିୟାଂଶୁ ଶର୍ମା କହିଛନ୍ତି କି, ଅଯୋଧ୍ୟାରେ ପ୍ରେରକଙ୍କ ସୁବିଧାକୁ ନେଇ ଷ୍ଟେଟ ବ୍ୟାଙ୍କ ଦ୍ୱାରା ବିଦେଶୀ ପର୍ଯ୍ୟଟକଙ୍କ ପାଇଁ ମୁଦ୍ରା ଏକ୍ସଚେଞ୍ଜ ଆକାଉଣ୍ଟ ଖୋଲାଯିବ ।
ଅଯୋଧ୍ୟାରେ ମନ୍ଦିର ନିର୍ମାଣ ସମେତ ଦାନ ଦେବାର କାର୍ଯ୍ୟ ଜାରି ରହିଛି । ମନ୍ଦିର ନିର୍ମାଣ ପାଇଁ କୋଟି କୋଟୀ ଟଙ୍କା ଦାନରେ ଆସୁଛି । ମହାବୀର ଟ୍ରଷ୍ଟ ପାଟନା ପୂର୍ବରୁ ୧୦ କୋଟି ଟଙ୍କା ଦାନ କରିବା ପାଇଁ ଘୋଷଣା କରି ସାରିଛି । ପ୍ରଥମ କିସ୍ତିରେ ଦୁଇ କୋଟି ଦାନ କରିସାରିଛି । ସେହି ସ୍ୱାମୀ ରାମଭଦ୍ରାଚାର୍ଯ୍ୟ ବି ଏକ କୋଟି ୫୧ ଲକ୍ଷ ଟଙ୍କା ମନ୍ଦିରକୁ ଦାନ ଦେବା ଲାଗି ଘୋଷଣା କରିଛନ୍ତି । ଅନ୍ୟପଟେ ଦେଶର କୋଣ ଅନୂକୋଣରୁ ବି ମନ୍ଦିର ପାଇଁ ଦାନ ଆସୁଛି ।