ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଏବେ ରାଜ୍ୟରେ ବର୍ଷାର ପରିମାଣ କମ ରହିଥିବା ଦେଖିବାକୁ ମିଳୁଛି । ତେବେ ରାକ୍ଷୀ ପୂର୍ଣ୍ଣିମା ଠାରୁ ରାଜ୍ୟରେ ବର୍ଷା ଧୀରେ ଧୀରେ ଅନୁଭୂତ ହେଉଛି । ତେବେ ଆଗାମୀ ୪ଦିନ ମଧ୍ୟରେ ବର୍ଷାର ପରିମାଣ ବଢିବା ନେଇ ଆ ଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ।
ଆଜିଠାରୁ ଆସନ୍ତା ୧୪ ତାରିଖ ପର୍ଯ୍ୟନ୍ତ ପ୍ରବଳରୁ ଅତି ପ୍ରବଳ ମାତ୍ରାରେ ବର୍ଷା ହେବା ନେଇ ସୂଚନା ଦିଆଯାଇଛି । ଉତ୍ତର- ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଫଳରେ ବର୍ଷାର ପରିମାଣ ବଢିବା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ମୁଖ୍ୟତଃ ଏହି ଲଘୁଚାପ ଫଳରେ କଳାହାଣ୍ଡି, କୋରାପୁଟ, ମାଲକାନଗିରି, ଗଜପତି ଓ ନବରଙ୍ଗପୁର ଜିଲ୍ଲାରେ ବର୍ଷାର ପରିମାଣ ଅଧିକ ରହିବ ।
ତେବେ ଏହି ସବୁ ଜିଲ୍ଲା ଗୁଡିକ ପାଇଁ ପାଣିପାଗ କେନ୍ଦ୍ର ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ସେହିପରି ଆଜି ରାଜ୍ୟରେ ଲଘୁଚାପର ପ୍ରଭାବ ଦେଖିବାକୁ ମିଳିବା ସହ ୭ଟି ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ସେହି ସବୁ ଜିଲ୍ଲା ଗୁଡିକ ହେଲା ରାୟଗଡା, ଗଜପତି କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, ମାଲକାନଗିରି, ବଲାଙ୍ଗୀର । ଖାଲି ସେତିକି ନୁହେଁ ଆସନ୍ତା କାଲି ମଧ୍ୟ ରାଜ୍ୟର ୭ଟି ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି ।