ପୁରୀ (ଏଟିଆର ବ୍ୟୁରୋ): ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା । ଏହି ଅବସରରେ ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କର ରାଜରାଜେଶ୍ୱର ବେଶ ବା ସୁନା ବେଶ ଅନୁଷ୍ଠିତ ହୋଇଛି । ମହଣ ମହଣ ସୁନାରେ ସଜେଇ ହୋଇଛନ୍ତି ଶ୍ରୀଜିଉ । ହେଲେ କାର୍ତ୍ତିକ ପୂର୍ଣ୍ଣିମାରେ ଶ୍ରୀମନ୍ଦିରରେ ସର୍ବ ସାଧାରଣ ଦର୍ଶନ ବନ୍ଦ ରଖାଯାଇ ଥିବାରୁ ରତ୍ନ ସିଂହାସନ ଉପରେ ଶ୍ରୀଜିଉଙ୍କର ଏହି ଦୁର୍ଲଭ ସୁନା ବେଶ ଦର୍ଶନରୁ ବଞ୍ଚିତ ହୋଇଛନ୍ତି ଭକ୍ତ ।
କିନ୍ତୁ ସିଂହାସନ ଉପରେ ଶ୍ରୀଜିଉଙ୍କ ଦର୍ଶନ ନକରି ନିରାଶ ହୋଇ ନାହାନ୍ତି ଭକ୍ତ । କାରଣ ପ୍ରଥମ ଥର ପାଇଁ କାର୍ତ୍ତିକ ପୂର୍ଣ୍ଣିମାରେ ପତିତପାବନଙ୍କୁ ସୁନା ବେଶରେ ସଜ୍ଜିତ କରାଯାଇଛି । ସିଂହଦ୍ୱାର ସମ୍ମୁଖରେ ପତିତପାବନଙ୍କ ସୁନା ବେଶକୁ ଦର୍ଶନ କରି କୃତାର୍ଥ ଲାଭ କରୁଛନ୍ତି ଭକ୍ତ ।