ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଜ୍ୟୋତିଷଶାସ୍ତ୍ର ଅନୁଯାୟୀ ଶୁକ୍ରଗ୍ରହକୁ ଶାନ୍ତି କରିବା ପାଇଁ ଶୁକ୍ରବାର ଉପାୟ କରାଯାଇଥାଏ । ଏହି ଶୁକ୍ରବାର ଉପାୟ ଜୀବନରେ ଧନ-ସମୃଦ୍ଧି ଆଣିଥାଏ । ସମସ୍ତ ପ୍ରକାରର ଭୌତିକ ସୁଖ ପାଇଁ ଏହି ଉପାୟ ଲାଭଦାୟୀ ହୋଇଥାଏ । ଶୁକ୍ର ଗହକୁ ସୌନ୍ଦର୍ଯ୍ୟ, ଐଶ୍ଚର୍ଯ୍ୟ, ବୈଭବ, କଳା, ସଙ୍ଗୀତ ଏବଂ କାମନା ବାସନାର କାରକ ବୋଲି କୁହାଯାଇଥାଏ ।
ବୃଷଭ ଏବଂ ତୁଳା ରାଶିର ମାଲିକ ହେଉଛନ୍ତି ଶୁକ୍ର ଗ୍ରହ । ଏହି ଗ୍ରହ ମୀନ ରାଶିରେ ଉଚ୍ଚ ଏବଂ କନ୍ୟା ରାଶିରେ ନୀଚ୍ଚ ସ୍ଥାନରେ ରହିିଥାନ୍ତି । ଯେଉଁ ବ୍ୟକ୍ତି ଜାତକରେ ଶୁକ୍ରଗହ ପ୍ରଧାନ ହୋଇଥାନ୍ତି ତାଙ୍କର ବ୍ୟକ୍ତିତ୍ୱକୁ ଶୁକ୍ର ଆକର୍ଷଣ ହୋଇଥାନ୍ତି । ତାଙ୍କ ଜୀବନ ବୈଭବ ଏବଂ ଐଶ୍ଚର୍ଯ୍ୟଶାଳୀ ହୋଇଥାଏ । ତେବେ ଆସନ୍ତୁ ଜାଣିବା ଶୁକ୍ରବାର ଦିନ କେଉଁ ଉପାୟ କରିବା ଦ୍ୱାରା ଶୁକ୍ର ଗହର ଆର୍ଶିବାଦ ପ୍ରାପ୍ତ ହୋଇଥାଏ ।
ଶୁକ୍ରବାର ଦିନ ମା’ ଲକ୍ଷ୍ମୀଙ୍କ ପୂଜା କରିବା ଉଚିତ୍ । ସକାଳୁ ସ୍ନାନ ସାରିବା ପରେ ଘରେ ମା ଲକ୍ଷ୍ମୀଙ୍କର ଧ୍ୟାନ କରନ୍ତୁ । ମା’ ଙ୍କ କୃପାରୁ ଆପଣଙ୍କ ସମସ୍ତ ସମସ୍ୟା ଦୂର ହେବ ଏବଂ ଆପଣଙ୍କ ଜୀବନରେ କଦାପି ଧନର ଅଭାବ ହେବ ନାହିଁ ।
ଧାର୍ମିକ ମାନ୍ୟତା ଅନୁସାରେ ଶୁକ୍ରବାର ବ୍ରତ କରିବା ଦ୍ୱାରା ବି ଫାଇଦା ହୋଇଥାଏ । ଶୁକ୍ରବାର ଦିନ ବ୍ରତ କରିବା ଦ୍ୱାରା ମାତା ସନ୍ତୋଷୀଙ୍କ କୃପା ଲାଭ ହୋଇଥାଏ । ଏହାସହିତ ଶୁକ୍ରବାର ଦିନ ମା’ ଲକ୍ଷ୍ମୀଙ୍କର ମନ୍ତ୍ର ଓଁ ଶ୍ରୀଂ ଶ୍ରୀୟେ ନମଃ ଜପନ୍ତୁ । ଏହି ମନ୍ତ୍ର ଜପିବା ଦ୍ୱାରା ମା ଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି । ଏହାବ୍ୟତିତ ଘରେ କଦାନି କଳି ଝଗଡା କରନ୍ତୁ ନାହିଁ କାରଣ ଯେଉଁଠି କଳି ଝଗଡା ଲାଗି ରହିଥାଏ ମା’ ସେହି ସ୍ଥାନରେ ପ୍ରବେଶ କରନ୍ତି ନାହିଁ । ସେହିପରି ଅନ୍ନକୁ ବିଲକୁଲ ଅପମାନ କରନ୍ତୁ ନାହିଁ । ଯାହାଫଳରେ ମା ଲକ୍ଷ୍ମୀ ରାଗି ଯାଇଥାନ୍ତି ।