ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଆଶ୍ୱୀନ ଶୁକ୍ଳ ପକ୍ଷ ପ୍ରତିପଦାରୁ ଶାରଦୀୟ ନବରତ୍ରୀ ଆରମ୍ଭ ହୋଇଥାଏ । ସେହିଅନୁଯାୟୀ ଆସନ୍ତା ଅକ୍ଟୋବର ୧୭ ରୁ ଆରମ୍ଭ ହେବାକୁ ଯାଉଛି ନବରାତ୍ରୀ । ଏହି ଅବସରର ମା’ ଦୁର୍ଗାଙ୍କର ନଅଟି ସ୍ୱରୂପକୁ ପୂଜା କରିବାର ବିଧି ରହିଛି । ନଅଦିନ ଯାକ ବ୍ରତଧାରୀ ମାନେ ବ୍ରତଧାରଣ କରିଥାନ୍ତି । ନବରାତ୍ରରୀ ପ୍ରଥମ ଦିନରେ କଳଶ ସ୍ଥାପନା କରାଯିବା ସହ ଶେଷ ଦିନରେ କନ୍ୟା ପୂଜନ କରି ବ୍ରତ ଭଙ୍ଗା ଯାଇଥାଏ । ସେହିପରି ନଅ ଦିନ ପାଇଁ ମା’ଙ୍କ ନାମରେ ଏକ ଅଖଣ୍ଡ ଦୀପ ପ୍ରଜ୍ୱଳିତ କରାଯାଇଥାଏ । ତେବେ ଆସନ୍ତୁ ଜାଣିବା ଶାସ୍ତ୍ର ଅନୁଯାୟୀ ଅଖଣ୍ଡ ଦୀପ ଜଳାଇବାର ନିୟମ..
ଅଖଣ୍ଡ ଦୀପ ପ୍ରଜ୍ୱଳିତର ନିୟମ:
– ଶୁଭ ମୁହୁର୍ତ୍ତ ଦେଖି ଦୀପ ପ୍ରଜ୍ୱଳିତ କରିବା ଉଚିତ୍ ।
– କାଠ ଚୌକି ଉପରେ ଅଖଣ୍ଡ ଦୀପ ରଖନ୍ତୁ ।
– ଅଖଣ୍ଡ ଦୀପ ରଖିବା ପୂର୍ବରୁ ମୁରୁଜରରେ ଘର କାଟି ନିଅନ୍ତୁ । ଏହାପରେ ଦୀପ ଜଳାନ୍ତୁ ।
– ଦୀପ ଜାଳିବା ପାଇଁ ଶୁଦ୍ଧ ଘିଅ ବ୍ୟବହାର କରନ୍ତୁ ।
– ଯଦି ଶୁଦ୍ଧ ଘିଅ ଉପଲବ୍ଧ ନାହିଁ ତେବେ ରାଶି ତେଲ ବ୍ୟବହାର କରି ପାରିବେ ।
– ଦୀପ ଜଳିବା ପାଇଁ ସଳିତା ଲମ୍ବା ରଖିବା ଉଚିତ୍ । ଯାହାଫଳରେ ଦୀପ ନଅ ଦିନ ଯାଏଁ ଜଳି ପାରିବ । ନଅ ଦିନ ଯାକ ଯେପରି ଦୀପ ନଲିଭିବ ସେଥିପାଇଁ ଧ୍ୟାନ ରଖିବା ଉଚିତ୍ ।
– ମା’ଙ୍କର ଡାହାଣ ପଟେ ଅଖଣ୍ଡ ଦୀପ ରଖିବା ଉଚିତ୍ ।
– ଅସ୍ୱଚ୍ଛ ହାତରେ ଦୀପକୁ ଛୁଇଁବା ଉଚିତ୍ ନୁହେଁ ।
– ଅଖଣ୍ଡ ଦୀପକୁ କଦାପି ପୀଠି ଦେଖାଇ ଯିବା ଉଚିତ୍ ନୁହେଁ ।