କଟକ (ଏଟିଆର ବ୍ୟୁରୋ): ଦୀର୍ଘ ୫ମାସ ହେବ ଭକ୍ତ ଓ ଭଗବାନଙ୍କ ମଧ୍ୟରେ ବାଧକ ହୋଇ କରୋନା ଠିଆ ହୋଇଛି । ମହାମାରୀର ମୁକାବିଲା କରିବା ପାଇଁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପକ୍ଷରୁ ବିଭିନ୍ନ ପଦକ୍ଷେପମାନ ଗ୍ରହଣ କରାଯାଇଛି । ସରକାରଙ୍କ ନିଷ୍ପତ୍ତି କ୍ରମେ ଦେଶ ବ୍ୟାପି କରୋନାର ମୁକାବିଲା ପାଇଁ ସଂପୂର୍ଣ୍ଣ ଲକଡାଉନ କରାଯାଇଥିଲା ।
ଯାହାଫଳରେ ବିଭିନ୍ନ ଧର୍ମୀୟ ଅନୁଷ୍ଠାନ ବନ୍ଦ ହୋଇଯାଇଥିଲା । ତେବେ ବିଭିନ୍ନ ରାଜ୍ୟରେ ଧୀରେ ଧୀରେ କୋଭିଡ ନିୟମ ଗୁଡିକୁ ମାନି ମନ୍ଦିର ମାନ ଖୋଲା ଯାଉଥିବା ସତ୍ୱେ ଓଡିଶାରେ ଏପର୍ଯ୍ୟନ୍ତ କୌଣସି ମନ୍ଦିର ଖୋଲିବାକୁ ଅନୁମତି ପ୍ରଦାନ କରାଯାଇନାହିଁ । ଯାହାଫଳରେ ଏହାକୁ ବିରୋଧ କରି ହାଇକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର ହୋଇଥିଲା । ଏହି ଜନସ୍ୱାର୍ଥ ମାମଲାର ଶୁଣାଣି କରି ଆଜି ହାଇକୋର୍ଟ ମନ୍ଦିର ଖୋଲିବା ନେଇ ଗ୍ରୀନ ସିଗନାଲ ଦେଇଛନ୍ତି ।
ତେବେ କଣ୍ଟେନମେଣ୍ଟ ଜୋନ ବ୍ୟତିତ ଅନ୍ୟ ସମସ୍ତ ସ୍ଥାନରେ ମନ୍ଦିର ଖୋଲିବା ନେଇ ହାଇକୋର୍ଟ ନିଷ୍ପତି ପ୍ରଦାନ କରିଥିବା ବେଳେ ଚୂଡାନ୍ତ ନିଷ୍ପତି ରାଜ୍ୟ ସରକାର ଗ୍ରହଣ କରିବେ ବୋଲି ହାଇକୋର୍ଟ କହିଛନ୍ତି । ଏହା ସହ ସମସ୍ତ ପ୍ରକାରର କୋଭିଡ ଗାଇଡ ଲାଇନ ପାଳନ କରିବା ବାଧ୍ୟତା ମୂଳକ ବୋଲି ହାଇକୋର୍ଟ କହିଛନ୍ତି । ସୂଚନାନୁଯାୟୀ ରାଜ୍ୟରେ ମନ୍ଦିର ଖୋଲିବା ନେଇ ହାଇକୋର୍ଟରେ ତ୍ରିଲୋଚନ ରଥଙ୍କ ସମେତ କାକଟପୁର ମା ମଙ୍ଗଳାଙ୍କ ସେବକ ପ୍ରକାଶ ପଣ୍ଡା ସମେତ ଅନ୍ୟାନ ୧୫ଜଣ ମାମଲା ଦାଖଲ କରିଥିଲେ । ଯାହାର ଶୁଣାଣି କରି ଆଜି ହାଇକୋର୍ଟ ଏହିଭଳି ନିଷ୍ପତ୍ତି ପ୍ରଦାନ କରିଛନ୍ତି ।
JUST IN
-
ଜାଣନ୍ତୁ ମେ ମାସରେ କେତେ ଦିନ ଛୁଟି ରହିବ ବ୍ୟାଙ୍କ | 29 Apr 2024
-
ଓଡିଶାରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜିଠୁ ଆରମ୍ଭ ନାମାଙ୍କନ ଦାଖଲ ପ୍ରକ୍ରିୟା | 29 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ବାରିପଦା | 29 Apr 2024
-
ହିଞ୍ଜିଳି ଆସନ ପାଇଁ ୩୦ ରେ ନାମାଙ୍କନ ଭରିବେ ନବୀନ ପଟ୍ଟନାୟକ | 28 Apr 2024
-
ହୁତୁହୁତୁ ହୋଇ ଜଳୁଛି ଶିମିଳିପାଳ | 28 Apr 2024
-
ଆହୁରି କଲବଲ କରିବ ତାତି, ରାଜଧାନୀରେ ୪୬ ଡିଗ୍ରୀ ଛୁଇଁବ ପାରଦ! | 28 Apr 2024
-
ଜଳୁଛି ଓଡିଶା, ଦିନ ସାଢେ ୧୧ଟା ସୁଦ୍ଧା ଝାରସୁଗୁଡାରେ ୪୧.୪ ଡିଗ୍ରୀ ତାପମାତ୍ରା | 27 Apr 2024
-
ନଜର ପକାନ୍ତୁ ଆଜିର ପେଟ୍ରୋଲ ଓ ଡିଜେଲ ଦର ଉପରେ | 27 Apr 2024
-
ଆସନ୍ତାକାଲି ଓଡିଶା ଆସିବେ ରାହୁଲ ଗାନ୍ଧୀ | 27 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ତାଳଚେର | 27 Apr 2024
-
ଓଡିଶା ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା | 26 Apr 2024
-
ଓଡିଶାରେ ୨ୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ | 26 Apr 2024