ଭୁବନେଶ୍ୱର (ଏଟିଆର ବ୍ୟୁରୋ); ମୁଖ୍ୟମନ୍ତ୍ରୀଙ୍କୁ ଦେଶଦ୍ରୋହୀ କହି କଡା ଭାଷାରେ ସମାଲୋଚନା କରିଛନ୍ତି ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତ ସିଂହାର । ପୁଲୱାମା ଆତଙ୍କବାଦୀ ହମଲାରେ ବୀର ଯବାନମାନେ ସହୀଦ ହୋଇ ଯାଇଛନ୍ତି । ଯାହାକୁ ନେଇ ଦେଶବାସୀଙ୍କ ଆଖିରୁ ଲୁହ ଶୁଖୁନଥିବା ବେଳେ ନବୀନ ବିଭିନ୍ନ ସମାବେଶ କରି ନାଚ ଗୀତରେ ମସଗୁଲ ରହିଛନ୍ତି । ଏଣୁ ସେ ଦେଶ ସହିତ ନରହି ପାକିସ୍ଥାନ ସହ ଅଛନ୍ତି ବୋଲି କଡା ସମାଲୋଚନା କରିଛନ୍ତି ଲେଖାଶ୍ରୀ । କେବଳ ନବୀନ ନୁହଁନ୍ତି ତାଙ୍କ ଦଳର ନେତାମାନେ ବି ବାଦ ପଡି ନାହାଁନ୍ତି ଲେଖାଶ୍ରୀଙ୍କ ନଜରରୁ । ଏଣୁ ସେ ବିଜେଡିର ନେତାମାନଙ୍କୁ ମଧ୍ୟ ଦେଶଦ୍ରୋହୀ କହିଛନ୍ତି ।
ବିଜେଡି ଦଳ ପ୍ରତ୍ୟେକ ଦିନ କେଉଁଠି ନାଁ କେଉଁଠି ସମାବେଶ କରି ସିନେ କଳାକରମାନଙ୍କୁ ଆଣି ନାଚ ଗିରେ ସମଗୁଲ ରହିଛି । ଏଣୁ ଯାହାକି ଯବାନଙ୍କ ପାଇଁ ଅଟ୍ଟହାସ୍ୟ ସଦୃଶ । ଏଣୁ ଓଡିଆ ଜାତି ଏଭାନଙ୍କୁ କେବେ ବି କ୍ଷମା ଦେବ ନାହିଁ । ସେପଟେ ଆତଙ୍କବାଦୀଙ୍କ ହମଲା ପରେ ପ୍ରଧାନମନ୍ତ୍ରୀ ଏବଂ ବିଜେପିର ତୁଙ୍ଗନେତାମାନେ ସମସ୍ତ କାର୍ଯ୍ୟକ୍ରମ ବାତିଲ କରିଥିଲେ । କିନ୍ତୁ ବିଜେପି ନିୟମିତ ଭାବରେ କାର୍ଯ୍ୟକ୍ରମ କରି ଆସୁଛି । ଏବଂ ପ୍ରତ୍ୟେକ ଦିନ ମୁଖ୍ୟମନ୍ତ୍ରୀ ଗୋଟିଏ ପରେ ଗୋଟିଏ ଜିଲ୍ଳା ଗସ୍ତରେ ଯାଇ କାର୍ଯ୍ୟକ୍ରମ କରି ଚାଲିଛନ୍ତି । ଯାହାକୁ ଘୋର ନିନ୍ଦା କରିଛନ୍ତି ଲେଖାଶ୍ରୀ ।
ଦୁଇ ଓଡିଆ ସହୀଦଙ୍କ ପାଇଁ ୨୫ ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ଘୋଷଣା କରିଥିଲେ । ଏବଂ ସହୀଦଙ୍କ ପରିବାରକୁ ସବୁ ସହାୟତା ଯୋଗାଇ ଦିଆଯିବାର ପ୍ରତିଶ୍ରୃତି ମଧ୍ୟ ଦେଇଥିଲେ ମୁ୍ଖ୍ୟମନ୍ତ୍ରୀ । ତେବେ ନିର୍ବାଚନ ପାଖେଇ ଆସୁଥିବାରୁ ରାଜନେତାମାନେ ଉଭୟ ଉଭୟଙ୍କ ଭିତରେ କାଦୁଅ ଫିଙ୍ଗାଫିଙ୍ଗି ହେବେ । କିଛି ଘଟଣା ଏବଂ ଦୁର୍ଘଟଣା କେବଳ ଗୋଟିଏ ମାଧ୍ୟମ । ଏଭଳି ଅନେକ ଚର୍ଚ୍ଚା ହେଉଛି ସାଧାରଣରେ ।