ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଆଜି ଭୁବନେଶ୍ୱରରେ ପୂର୍ତ୍ତ ବିଭାଗ ପକ୍ଷରୁ ପୁରୀର ଐତିହାସିକ କରିଡର ନିର୍ମାଣ ପାଇଁ ବସିଥିବା ବୈଠକ ଶେଷ ହୋଇଛି । ଏହି ବୈଠକରେ ଶ୍ରୀମନ୍ଦିର ଐତିହ୍ୟ ଓ ପରମ୍ପରା ବଜାଇ ରହିବା ସହ କିପରି ପୁରୀକୁ ବିପରି ବିଶ୍ୱ ଐତିହ୍ୟ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିହେବ ସେ ନେଇ ଆଲୋଚନା କରାଯାଇଛି । ଐତିହ କରିଡରର ନକ୍ସା ମାର୍ଚ୍ଚ ଶେଷ କିମ୍ବା ଏପ୍ରିଲ ପ୍ରଥମ ସପ୍ତାହରେ ଚୂହାନ୍ତ କରାଯିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କିଶନ କୁମାର ଗଣମାଧ୍ୟମକୁ ସୂଚନା ପ୍ରଦାନ କରିଛନ୍ତି । ସେ ଆହୁରୀ ମଧ୍ୟ କହିଛନ୍ତି, ଇ – ମେଲ ଜରିଆରେ ସାଧାରଣ ଲୋକମାନେ ବିଭିନ୍ନ ମତାମତ ପ୍ରଦାନ କରିଛନ୍ତି ।
ଏହାକୁ ଦୃଷ୍ଟି ଆଗରେ ରଖି ଆମେ ୪ଟି ଦିଗକୁ ଗୁରୁତ୍ୱାରୋପ କରିଛନ୍ତି । ପ୍ରଥମତଃ ଶ୍ରୀମନ୍ଦିର ଚାରିପଟେ ରହିଥିବା ସମସ୍ତ ସାହିରେ ବସବାସ କରୁଥିବା ଲୋକମାନେ କିଭଳି ସୁବିଧାରେ ଆତଯାତ କରିପାରିବେ ସେ ନେଇ ସାହି ସାହି ମଧ୍ୟରେ ମାଇକ୍ରୋ ପ୍ଲାନିଂ ପ୍ରସ୍ତୁତ କରାଯିବା ନେଇ ରାଜ୍ୟ ସରକାର ବିଚାର କରୁଛନ୍ତି । ସେହିପରି ଦ୍ୱିତୀୟରେ ବାର ମାସରେ ତେରଯାତ୍ରା ମହାପ୍ରଭୁଙ୍କୁ ପାଳନ କରାଯାଉଥିବା ବେଳେ ଅନେକ ଯାତ୍ରାରେ ମହାପ୍ରଭୁ ଶ୍ରୀମନ୍ଦିର ବାହାରକୁ ଆସି ନିଜର ପର୍ବ ପାଳନ କରିଥାନ୍ତି । ମୁଖ୍ୟତଃ , ଚନ୍ଦନ ଯାତ୍ରା ସମୟରେ ଚଳନ୍ତି ପ୍ରତିମା ମାନେ ଶ୍ରୀମନ୍ଦିରରୁ ବାହାରକୁ ଆସି ଚନ୍ଦନ ଯାତ କରୁଥିବା ବେଳେ ଏଥିପ୍ରତି ସ୍ୱତନ୍ତ୍ର ଦୃଷ୍ଟି ପ୍ରଦାନ କରାଯିବ । ସେହିଭଳି ରଥଯାତ୍ରା ସମୟରେ ପରମ୍ପରାରେ ଯେପରି କୌଣସି ବି ବାଧା ନ ସୃଷ୍ଟି ହେବ ଓ ରଥଯାତ୍ରାର ପରମ୍ପରା ବଜାଇ ରଖିବା ସହ ରଥଖଳା ପୂର୍ବପରି ବ୍ୟବସ୍ଥିତ ଢଙ୍ଗରେ ହେବ ସେଥିପ୍ରତି ଧ୍ୟାନ ଦିଆଯିବ ।
ଏହାଛଡା ଭକ୍ତ ମାନେ ମନ୍ଦିର ମଧ୍ୟକୁ ପ୍ରବେଶ କରିବା ସମୟରେ ହାତ ପାଦ ଧୁଆ ବ୍ୟବସ୍ଥା ସ୍ୱତନ୍ତ୍ର ଦୃଷ୍ଟି ଦିଆଯିବ । ତୃତୀୟରେ ନାମ ସଂକୀର୍ତ୍ତନ ଓ ଯଜ୍ଞ ପାଇଁ ସ୍ୱତନ୍ତ୍ର ଜାଗାର ବ୍ୟବସ୍ଥା କରିବାକୁ ଗଜପତି ମହାରାଜା ପ୍ରସ୍ଥାବ ଦେଇଛନ୍ତି । ସେହିଭଳି ଗୋଟିଏ ସ୍ଥାନରେ ଏକାଠି ୪ରୁ ୫ ହଜାର ଭକ୍ତ ଯେପରି ପ୍ରସାଦ ସେବନ କରିପାରିବା ଭଳି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା ହୋଇଥିବା ନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କିଶନ କୁମାର ସୂଚନା ପ୍ରଦାନ କରିଛନ୍ତି । ଶ୍ରୀକ୍ଷେତ୍ରର ଐତିହ୍ୟ, ସଂସ୍କୃତି, ମହିମା ଓ ପରମ୍ପରାକୁ ଆଗେଇ ନିଆଯିବ ସହ ପୁରୀର ସୁନାମ କିପରି ଦେଶ ତଥା ବିଶ୍ୱରେ ପ୍ରଚାର ହେବ ସେ ନେଇ ସ୍ୱତନ୍ତ୍ର ଧ୍ୟାନ ଦିଆଯିବ ବୋଲି ବୈଠକରେ ପରେ ପୁରୀ ଗଜପତି ଦିବ୍ୟସିଂହ ଦେବ ନିଜ ପ୍ରତିକ୍ରିୟାରେ କହିଛନ୍ତି । ଏହି ବୈଠକରେ ଗଜପତି ମହାରାଜା , ପୂର୍ତ୍ତ ସଚିବ କିଶନ କୁମାର, ପରିଚାଳନା କମିଟି ସଦସ୍ୟ ବିଜୟ ସାହୁ, ପଦ୍ମ ବିଭୂଷଣ ରଘୁନାଥ ମହାପାତ୍ର, ସେବାୟତ ରାମଚନ୍ଦ୍ର ଦାସ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।