ରାଉରକେଲା (ଏଟିଆର ବ୍ୟୁରୋ): ଗତକାଲି ବିଳମ୍ବିତ ରାତିରେ ରାଉରକେଲା ସ୍ଥିତ ନିଟ୍ ରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ନିଆଁ ନିଟ୍ ର ୱାର୍କ୍ସ ଓ ପରଚେଜ୍ ବିଭାଗରେ ଲାଗିଯାଇଥିବାରୁ ଏଥିରେ ଥିବା ଗୁରୁତ୍ୱପୂର୍ଣ୍ଣ କାଗଜ ପତ୍ର ଏବଂ ସମ୍ପତ୍ତି ଜଳି ପୋଡି ଛାରଖାର୍ ହୋଇଯାଇଛି ।
ଗତକାଲି ରାତିରେ ଅଚାନକ୍ ୱାର୍କ୍ସ ଓ ପରଚେଜ୍ ବିଭାଗରେ ନିଆଁ ଲାଗି ଯାଇଥିଲା । ଏହି ବିଭାଗଟି ହୁତୁହୁତୁ ହୋଇ ଜଳିବା ପରେ କର୍ତ୍ତୃପକ୍ଷଙ୍କ ନଜରରେ ପଡିଥିଲା । ଏହାପରେ ତୁରନ୍ତ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ କର୍ତ୍ତୃପକ୍ଷ । ଘଟଣାସ୍ଥଳରେ ଦମକଳ ବାହିନୀ କର୍ମୀ ଆସି ନିଆଁକୁ ଆୟତ କରିଛନ୍ତି । ହେଲେ ଅଚାନକ୍ ଏହି ବିଭାଗରେ କିଭଳି ନିଆଁ ଲାଗିଲା ସେ ନେଇ କାରଣ ସ୍ପଷ୍ଟ ହୋଇନଥିଲେ ମଧ୍ୟ ଏହା ସଟସର୍କିଟ୍ ଯୋଗୁଁ ହୋଇଥାଇ ପାରେ ବୋଲି ଅନୁମାନ କରାଯାଉଛି ।