ଭୁବନେଶ୍ୱର(ଏଟିଆର ବ୍ୟୁରୋ); ଓଡିଶାର କଳା ବା ଲୋକ ନୃତ୍ୟ ଓଡିଶୀର ପ୍ରଚାର ପ୍ରସାର ପାଇଁ ସ୍ଥାନୀୟ ଭଞ୍ଜ କଳା ଉତ୍ପପରେ ଆୟୋଜିତ ହୋଇଥିବା ବିଶ୍ୱ ଓଡିଶୀ ଉତ୍ସବର ଦ୍ୱିତୀୟ ଦିନର କାର୍ଯ୍ୟକ୍ରମ ଆୟୋଜିତ ହୋଇ ଯାଇଛି । ରାଜ୍ୟର କୋଣ ଅନୁକୋଣରୁ ଏହି ଉତ୍ସବରେ ଭାଗ ନେବା ପାଇଁ ବହୁ ପ୍ରତିଯୋଗୀମାନେ ଆସିଥିବା ଦେଖିବାକୁ ମିଳିଛି । ଆଜି ଆୟୋଜିତ ହୋଇଥିବା ଏହି ଉତ୍ସବରେ ୩୦ରୁ ଅଧିକ ପ୍ରତିଯୋଗୀ ଭାଗ ନେଇଛନ୍ତି । ଦୀର୍ଘ ତିନିଦିନ ଧରି ଏହି କାର୍ଯ୍ୟକ୍ରମ ଚାଲିବ ।
ଦୀର୍ଘ ୯ ବର୍ଷ ଧରି ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଆସୁଛି । ପୂର୍ବରୁ ଏହା ୫ଦିନ ଧରି ଚାଲୁଥିବା ବେଳେ ଏ ବର୍ଷ ଏହା ତିନି ଦିନ ପାଇଁ ଆୟୋଜନ କରାଯାଇଛି । ତେବେ ସବୁଠାରୁ ବଡ କଥା ହେଉଛି ଭାଗ ନେଇଥିବା ପ୍ରତିଯୋଗୀଙ୍କ ମଧ୍ୟରୁ କୃତି ପ୍ରତିଯୋଗୀଙ୍କୁ ପୁରଷ୍କାର ବିତରଣ କରିବା ସହ ଆସନ୍ତା ବର୍ଷ କୋଲକାତାରେ ଆୟୋଜନ ହେବାକୁଥିବା ପ୍ରତିଯୋଗିତା ପାଇଁ ସିଲେକସନ ହେବେ । ଏବଂ ସେଠାରେ ଦେଶର ବଡ ବଡ ଓଡିଶୀ କଳାକାରଙ୍କ ସହ ନାଚିବାର ସୁଯୋଗ ପାଇବେ । ଏଣୁ ଭୁବନେଶ୍ୱରରେ ଭାଗ ନେବାକୁ ଆସିଥିବା ପ୍ରତିଯୋଗୀମାନେ ମନପ୍ରାଣ ଦେଇ ନାଚୁଥିବା ଦେଖିବାକୁ ମିଳିଛି ।