ନୂଆଦିଲ୍ଲୀ,(ଏଟିଆର ବ୍ୟୁରୋ): ଆଇନ୍ ଆଗରେ ସମସ୍ତେ ସମାନ । ବିଭିନ୍ନ ମାମଲାରେ ଫସି କେବଳ ସାଧାରଣ ଲୋକ ଯେ ଦୋଷୀ ହୋଇ ସଜା କାଟିଥାନ୍ତି ତାହା ନୁହଁ ବରଂ କେତେକ ହାଇପ୍ରୋଫାଇଲ ନେତା ମଧ୍ୟ ବିଭିନ୍ନ ଭ୍ରଷ୍ଟାଚାର ଷଡଯନ୍ତ୍ର ବେଆଇନ୍ କାର୍ଯ୍ୟ କରି ଜେଲ୍୍ଦଣ୍ଡ ଭୋଗିଛନ୍ତି । ଏବେ ବି ଭାରତରେ ବହୁ ନେତା ଜେଲ୍ରେ ବନ୍ଦି ଜୀବନ କାଟୁଛନ୍ତି । ତେବେ ଆସନ୍ତୁ ନଜର ପକାଇବା କେଉଁ ନେତାମାନେ ଦୋଷୀ ସାବ୍ୟସ୍ତ ହୋଇ ଜେଲ୍ ଦଣ୍ଡ ଭୋଗିଛନ୍ତି ।
ଲାଲୁପ୍ରସାଦ ଯାଦବ: ଚାରା ଦୁର୍ନିତି ମାମଲାରେ ଛନ୍ଦି ହୋଇ ଜେଲର ରାସ୍ତା ଦେଖିଥିଲେ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁପ୍ରସାଦ ଯାଦବ । ତାଙ୍କୁ ସ୍ୱତନ୍ତ୍ର ସିବିଆଇ କୋର୍ଟ ୫ବର୍ଷ ଲାଗି ଜେଲ ଦଣ୍ଡରେ ଦଣ୍ଡିତ କରିଥିଲେ ।
ବି ଏସ୍୍ ୟେଦୁରପ୍ପା : ୟାଙ୍କ ନାଁରେ ଥିଲା ସରକାରୀ ଜମି ହଡ଼ପ ମାମଲା । ଯେଉଁଥି ପାଇଁ ୟେଦୁରପ୍ପାଙ୍କୁ କୋର୍ଟ ପ୍ରଥମ ଥର ଲାଗି ଦୋଷୀ ସାବ୍ୟସ୍ତ କରିଥିଲେ । ୨୦୧୫ ଅକ୍ଟୋବର ୧୧ରେ ଦୋଷୀ ବୋଲି ମାନି ଜେଲ୍ ପଠାଇଥିଲେ ।
ସୁରେଶ କଲମାଡି: କମନୱେଲ୍ଥ ଗେମ୍ସରେ ହୋଇଥିବା ଦୁର୍ନୀତି ଅଭିଯୋଗରେ ସୁରେଶ କଲମାଡିଙ୍କୁ ଦିଲ୍ଲୀର ଏକ ଜେଲ୍ରେ ୯ ମାସ କାଟିବାକୁ ପଡିଥିଲା । ଏହାପରେ ତାଙ୍କୁ ତିହାଡ ଜେଲ୍ କୁ ପଠାଯାଇଥିଲା । ତାଙ୍କ ଉପରେ ଭ୍ରଷ୍ଟାଚାର, ଦୁର୍ନୀତି ଭଳି ସଂଗିନ ମାମଲା ରୁଜୁ ହୋଇଥିଲା ।
କାନିମୋଝି: ଡିଏମ୍କେ ନେତା ଓ କରୁଣାନିଧିଙ୍କ ଝିଅଙ୍କୁ ଟୁଜି ସ୍କାମ ଦୁର୍ନୀତିରେ ୨୦୧୧ ମସିହା ମେ’ ୨୦ରେ ଗିରଫ କରାଯାଇଥିଲା । କାନିମାଝିଙ୍କୁ ପ୍ରଥମେ ତିହାର ଜେଲକୁ ପଠାଯାଇଥିବା ବେଳେ ପରେ ଦିଲ୍ଲୀ କୋର୍ଟ ତାଙ୍କୁ ଜାମିନ ପ୍ରଦାନ କରିଥିଲେ ।
ମହିପାଲ ମଦେରଣା: ୨୦୧୧ ଡିସେମ୍ବର ୩ରେ ନର୍ସ ଭଉଁରୀ ଦେବୀଙ୍କ ଅପହରଣ ମାମଲାରେ ତାଙ୍କୁ ଗିରଫ କରାଯାଇଥିଲା । ମହିପାଲ ଏବଂ ଭଉଁରୀ ଦେବୀଙ୍କ ଏକ ଭିଡିଓ କ୍ଲିପ୍ ମଧ୍ୟ ଭାଇରାଲ ହୋଇଥିଲା ।
ମଧୁକୋଡା: ଝାଡଖଣ୍ଡ ପୂର୍ବ ପ୍ରଧାନମନ୍ତ୍ରୀ ଆୟ ବର୍ହିଭୁତ ସମ୍ପତ୍ତି ଠୁଳ ମାମଲାରେ ମଧୁକୋଡାଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଥିଲା । ତାଙ୍କୁ କୋଇଲା ଦୁର୍ନତୀ ମାମଲାରେ ୪୦୦ କୋଟି ଟଙ୍କା ହଡପ କରିଥିବା ଅଭିଯୋଗ ହୋଇଥିଲା । ୨୦୧୭ ସେପ୍ଟେମ୍ବର ୧୬ରେ ତାଙ୍କୁ ଗିରଫ କରାଯାଇଥିଲା ।
JUST IN
-
ଜାଣନ୍ତୁ ମେ ମାସରେ କେତେ ଦିନ ଛୁଟି ରହିବ ବ୍ୟାଙ୍କ | 29 Apr 2024
-
ଓଡିଶାରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜିଠୁ ଆରମ୍ଭ ନାମାଙ୍କନ ଦାଖଲ ପ୍ରକ୍ରିୟା | 29 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ବାରିପଦା | 29 Apr 2024
-
ହିଞ୍ଜିଳି ଆସନ ପାଇଁ ୩୦ ରେ ନାମାଙ୍କନ ଭରିବେ ନବୀନ ପଟ୍ଟନାୟକ | 28 Apr 2024
-
ହୁତୁହୁତୁ ହୋଇ ଜଳୁଛି ଶିମିଳିପାଳ | 28 Apr 2024
-
ଆହୁରି କଲବଲ କରିବ ତାତି, ରାଜଧାନୀରେ ୪୬ ଡିଗ୍ରୀ ଛୁଇଁବ ପାରଦ! | 28 Apr 2024
-
ଜଳୁଛି ଓଡିଶା, ଦିନ ସାଢେ ୧୧ଟା ସୁଦ୍ଧା ଝାରସୁଗୁଡାରେ ୪୧.୪ ଡିଗ୍ରୀ ତାପମାତ୍ରା | 27 Apr 2024
-
ନଜର ପକାନ୍ତୁ ଆଜିର ପେଟ୍ରୋଲ ଓ ଡିଜେଲ ଦର ଉପରେ | 27 Apr 2024
-
ଆସନ୍ତାକାଲି ଓଡିଶା ଆସିବେ ରାହୁଲ ଗାନ୍ଧୀ | 27 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ତାଳଚେର | 27 Apr 2024
-
ଓଡିଶା ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା | 26 Apr 2024
-
ଓଡିଶାରେ ୨ୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ | 26 Apr 2024