ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ); ଆଇପିଏଲ ପ୍ରେମୀଙ୍କ ପାଇଁ ଖୁସି ଖବର । ସବୁ କ୍ରିକେଟ ପ୍ରେମୀ ଏହି ବ୍ୟୟ ବହୁଳ ଟୁର୍ଣ୍ଣାମେଣ୍ଟକୁ ଚାହିଁ ବସିଥାନ୍ତି । ତେବେ ଚଳିତ ବର୍ଷ ଆଇପିଏଲକୁ ନେଇ ଚାଲିଥିବା ଚର୍ଚ୍ଚାର ଅନ୍ତ ଘଟିଛି । ମାର୍ଚ୍ଚ ୨୩ ତାରିଖରୁ ଆରମ୍ଭ ହେବ ଏହି ଟୁର୍ଣ୍ଣାମେଣ୍ଟ । ୨୦୧୯ ରେ ସାଧାରଣ ନିର୍ବାଚନ ହେବାକୁ ଥିବାର ବିଦେଶରେ ଏହି ବର୍ଷ ହେବ ବୋଲି ସନ୍ଦେହ ହେଉଥିଲା । ତେବେ ଏହି ସନ୍ଦେହକୁ ଦୂର କରିଛି ବିସିସିଆଇ । ଆସନ୍ତା ୨୩ରୁ ଦେଶରେ ଆରମ୍ଭ ହେବ ଖେଳ ।
୨୦୦୯ ମସିହାରେ ଦେଶରେ ନିର୍ବାଚନ ଥିବାରୁ ଦକ୍ଷିଣ ଆଫ୍ରିକାରେ ଅନୁଷ୍ଠିତ ହୋଇଥିବା ବେଳେ ୧୦୨୪ ମସିହାରେ ୟୁଏଇରେ ଆଇପିଏଲ ଖେଳା ଯାଇଥିଲା । ଏଣୁ ୨୦୧୯ରେ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ଆଶା କରାଯାଇଥିଲା କି ଚଳିତ ବର୍ଷ ମଧ୍ୟ ବିଦେଶରେ ଆୟୋଜିତ ହେବ । ବସିସିଆଇ ଏକ ବୟାନ ଜାରି କହିଛି ଯେ, ସର୍ବୋଚ୍ଚ ଅଦାଲତ ଦ୍ୱାରା ନିଯୁକ୍ତ କରାଯାଇଥିବା ପ୍ରଶାସକ ସମିତି (ସିଓଏ) ମଙ୍ଗଳବାର ଦିଲ୍ଲୀ ବୈଠକରେ ଆଇପିଏଲ-୨୦୧୯ ପାଇଁ ସ୍ଥାନ ଚୟନ ଉପରେ ଚର୍ଚ୍ଚା କରାଯାଇଛି । କେନ୍ଦ୍ର ଓ ରାଜ୍ୟର ବିଭିନ୍ନ ଏଜେନ୍ସି ସହ ଆଲୋଚନା ପରେ ଭାରତରେ ଆଇପିଏଲର ୧୨ତମ ସଂସ୍କରଣ ଆୟୋଜିତ କରାଯିବ ବୋଲି ନିଷ୍ପତି ନିଆଯାଇଛି ।