ଢ଼େଙ୍କାନାଳ,(ଏଟିଆର ବ୍ୟୁରୋ): ଦୁନିଆରେ ବନ୍ଧୁମାନଙ୍କ ସମ୍ପର୍କ କିଛି ନିଆରା । କେଉଁଠି ବନ୍ଧୁମାନଙ୍କର ସମ୍ପର୍କ ରକ୍ଷା ପାଇଁ କିଏ ଜୀବନ ଦେଲାଣି ତ ଆଉ କେଉଁଠି ସାମାନ୍ୟ ଟଙ୍କା ପାଇଁ କିଏ ନିଜ ବନ୍ଧୁର ଜୀବନ ନେଲାଣି । ଏପରି ଏକ ସଙ୍ଗୀନ ଘଟଣା ଦେଖିବାକୁ ମିଳିଛି ଢେଙ୍ଗାନାଳ ଜିଲ୍ଲା ଅନ୍ତର୍ଗତ ବନମାଳୀପୁର ସ୍ଥିତ କାଜୁ ଜଙ୍ଗଲରେ, ଯେଉଁଠି ସାମାନ୍ୟ କେତେଟା ଟଙ୍କା ପାଇଁ ନିଜ ପିଲା ବେଳର ସାଙ୍ଗକୁ ହତ୍ୟା କରିଛନ୍ତି ୩ ସାଙ୍ଗ ।
ମୃତକ ଜଣକ ହେଉଛନ୍ତି ବନମାଳୀପ୍ରସାଦ ଗ୍ରାମର ଗଣେଶ୍ୱର ପୃଷ୍ଟିଙ୍କ ୧୬ ବର୍ଷିୟା ପୁଅ ସଂଗ୍ରାମ ପୃଷ୍ଟି । ଏନେଇ ସଂଗ୍ରାମଙ୍କ ବାପା ଥାନାରେ ଏକ ମାମାଲା ରୁଜୁ କରିବାରୁ ପୋଲିସ ୩ ଅପରାଧରଙ୍କୁ ଟ୍ରାକିଂ କରି ଧରିବା ସହିତ ଶବକୁ ଜବତ କରିଛି । ଖବର ଅନୁସାରେ, ସଂଗ୍ରାମଙ୍କୁ ତାଙ୍କ ସାଙ୍ଗ ଜିତେନ୍ଦ୍ର ସାହୁ ଓ ଅନ୍ୟ ଦୁଇ ଜଣ ମଦ ପିିଇବା ପାଇଁ ଜଙ୍ଗଲକୁ ଡାକିଥିଲେ । ପରେ ଜଙ୍ଗଲରେ ସମସ୍ତେ ମିଶି ସଂଗ୍ରାମକୁ ପିଟାପିଟି କରି ମାରିଦେବା ସହିତ ତାଙ୍କ ବାପାଙ୍କୁ ୨ ଲକ୍ଷ ଟଙ୍କା ଦେବା ପାଇଁ ଦାବି କରି୍ଥିଲେ ।
ଟଙ୍କା ନଦେଲେ ପୁଅକୁ ମାରି ଦେବା ପାଇଁ ଧମକ ମଧ୍ୟ ଦେଇଥିଲେ । ନିଜ ନିଖୋଜ ପୁଅକୁ ଦୃବୁର୍ତ୍ତଙ୍କ ପାଖରୁ ଫେରାଇଆଣିବା ପାଇଁ ଗଣେଶ ଶେଷରେ ପୋଲିସର ସହାୟତ ନେଇଥିଲେ । ଟାକ୍ରିଂ ସହାୟତରେ ପୋଲିସ ଅପରାଧୀଙ୍କ ପାଖରେ ପହଞ୍ଚିବା ସହିତ ସଂଗ୍ରାମଙ୍କ ମୃତ ଦେହକୁ ଉଦ୍ଧାର କରିଥିଲେ । ଘଟଣାରେ ସମ୍ପୃକ୍ତ ଥିବା ଅନ୍ୟ ଜଣେ ସାଙ୍ଗ ଗଣେଶ ଆଜି ପୋଲିସ ଷ୍ଟେନସରେ ପହଞ୍ଚି ସମସ୍ତ ସତ୍ୟ ପୋଲିସଙ୍କୁ କହିଥିଲେ । ଗଣେଶ ପାଖରେ ଥିବା ଜିତେନ୍ଦ୍ରଙ୍କ ମୋବାଇଲକୁ ପୋଲିସ ଜବତ କରିବା ସହିତ ଘଟଣାର ସମ୍ପୂର୍ଣ୍ଣ ତଥ୍ୟ ପାଇଁ ଛାନଭିନ୍ ଜାରି ରଖିଛି ।