ଜଗତସିଂହପୁର (ଏଟିଆର ବ୍ୟୁରୋ); ଅପରାଧୀମାନଙ୍କର ଆତଙ୍କ ଏତେ ମାତ୍ରାରେ ଖେଳି ଗଲାଣି ଯେ ସେମାନେ କୈାଣସି ସ୍ଥାନ କାଳ ପାତ୍ର ମାନୁନାହାଁନ୍ତି । ସେ ଘର ହେଉ ବା ଅଫିସ ସବୁଠି ଦେଖିବାକୁ ମିଳୁଛି ମହିଳାଙ୍କ ଉପରେ ଅସଦାଚରଣ । ତେବେ ପୁଣି ଏଭଳି ଏକ ଅଭାବନୀୟ ଘଟଣା ନଜରକୁ ଆସିଛି । ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଳକ ଅନ୍ତର୍ଗତ ନୂଆଗାଁ ବ୍ଳକରେ ଘଟିଛି ଜଣେ ମହିଳା ସରପଞ୍ଚଙ୍କ ଉପରେ ଘଟିଛି ଅମାନୁସିକ କାର୍ଯ୍ୟ । ମିଳିଥିବା ସୂଚନା ମୁତାବକ ଗ୍ରାମପଞ୍ଚାୟତର ସରପଞ୍ଚ ଅମିନା ସ୍ୱାଇଁ କାର୍ଯ୍ୟାଳୟରେ ବସି କାର୍ଯ୍ୟ କରୁଥିବା ବେଳେ ସେହି ପଞ୍ଚୟତର ବନ୍ଦନ ନାମକ ଜଣେ ଯୁବକ ଆସି ଅଶ୍ଳିଳ ଭାଷାରେ ଗାଳି ଗୁଲଜ କରିଥିଲା ।
ଅଶ୍ଳିଳ ଭାଷାରେ ଗାଳି କରିବାକୁ ସହ୍ୟ କରିପାରିନଥିଲେ ଅମିନା । ଏହାର ପ୍ରତିବାଦ କରିବାକୁ ଯାଇ ଦୁହିଁଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା । ପରେ ଏହି କଥାକଟିରୁ ଗଣ୍ଡଗୋଳ ଏତେ ଆଗକୁ ଚାଲିଯାଇଥିଲା ଯେ ବନ୍ଦନ ଅମିନାଙ୍କ ଶାଢ଼ୀ ଖୋଲି ନିବସ୍ତ୍ର କରିଦେଇଥିଲା । ତେବେ ଏତିକି ମନ ଶାନ୍ତି ହୋଇନଥିଲା ଯେ ଶେଷରେ କାର୍ଯ୍ୟାଳୟରେ ଥିବା କ୍ୟାସରୁ ୨୨ ହଜାର ଟଙ୍କା ସହ ଅମିନା ପିନ୍ଧିଥିବା ସୁନା ଚେନକୁ ମଧ୍ୟ ବେକରୁ ଛଡାଇ ନେଇଥିଲା ।
ଯଦି ଏଘଟଣା ବିଷୟରେ କାହାକୁ କହିବ ତେବେ ଗୁଳି କରି ହତ୍ୟା କରିଦେବି ବୋଲି ଧମକ ଦେଇଥିଲା ବନ୍ଦନ । ତେବେ ଏହି ଧମକକୁ ଖାତିର ନକରି ଥାନାରେ ଏତଲା ଦେଇଥିଲେ ଅମିନା । ପରେ ପୋଲିସ କେସ ନଂ ୧୪୧-୧୮ ଆଧାରରେ ବନ୍ଦନ ନାଁରେ ଏକ ମାମଲା ରୁଜୁ କରିବା ସହ ଥାନାରେ ଅଟକ ରଖି ପଚରା ଉଚରା କରିଛନ୍ତି । ଜଣେ ମହିଳା ସରପଞ୍ଚଙ୍କୁ ଏଭଳି ଅସଦାଚରଣକୁ ସ୍ଥାନୀୟ ଅଞ୍ଚଳରେ ନିନ୍ଦା କରାଯାଇଛି ।