ଭୁବନେଶ୍ୱର (ଏଟିଆର ବ୍ୟୁରୋ); ସ୍ଥାନୀୟ ପଟିଆ କାନନ ବିହାରରେ ଥିବା ଜୟଦେବ ଶିକ୍ଷାକେନ୍ଦ୍ରର ବାର୍ଷିକ କ୍ରିଡା ଉତ୍ସବ ପାଳିତ ହୋଇ ଯାଇଛି । ଆଜି ସକାଳୁ ସକାଳୁ ମଶାଲ ଜାଳି ପତାକା ଉତ୍ତୋଳନ କରି ଏହି ଉତ୍ସବ ପାଳିତ ହୋଇଯାଇଛି । ବିଭିନ୍ନ ପ୍ରକାରର ଖେଳର ଅନୁଷ୍ଠିତ ହେବା କାରଣରୁ ଏହା ଦୁଇଦିନ ଧରି ଚାଲିବ । ପ୍ରଥମ ଦିନର ଖେଳ ବିଦ୍ୟାଳୟ ପରିସରରେ ଆୟୋଜିତ ହୋଇଥିବା ବେଳେ ଆସନ୍ତା କାଲି ରେଲୱେ ଷ୍ଟାଡିୟମରେ ଅନୁଷ୍ଠିତ ହେବ । ବିଦ୍ୟାଳୟର ସମସ୍ତ ଗୁରୁଜୀ ଗୁରୁମାଙ୍କ ଉପସ୍ଥିତିରେ ଏହା ଆୟୋଜିତ ହୋଇଯାଇଛି । ଏହି କ୍ରିଡାରେ କିଡାରେ ଦୁର୍ବଳତା ଥିବା ଛାତ୍ର ଛାତ୍ରୀମାନେ ଭାଗ ନେଇଥିବା ଦେଖିବାକୁ ମିଳିଛି ।
ପାଠ ପଢ଼ା ସହିତ ଖେଳ କୁଦ କରିବା ଦ୍ୱାରା ଶରୀର ସୁସ୍ଥ ରହିଥାଏ । ଏଣୁ ବିଦ୍ୟାଳୟ ପକ୍ଷରୁ ପାଠ ପଢ଼ା ସହିତ ଏଭଳି ଖେଳ ପ୍ରତିଯୋଗିତା ଆୟୋଜନ କରିଥିବା ବିଦ୍ୟାଳୟ କତ୍ତୃପକ୍ଷ କହିଛନ୍ତି । ଆଜିର ଶିଶୁ କାଲିର ଭବିଶ୍ୟତ । ଏଣୁ ପିଲାଙ୍କ ମଧ୍ୟରୁ କାଲି କିଏ ବଡ ଖେଳାଳି ହେବ ତାହା କିଏ ବା କହିପାରିବ । ଏଣୁ ବିଦ୍ୟାଳୟରେ ଥିବା କ୍ରିଡା ପ୍ରତିଭା ମାନଙ୍କୁ ଖୋଜି ବାହାର କରିବା ସହ ଖେଳରେ ଭବିଶ୍ୟତ ଗଢ଼ିବା ହେଉଛି ବିଦ୍ୟାଳୟର ମୁଖ୍ୟ ଲକ୍ଷ । ଆୟୋଜିତ ହୋଇଥିବା କ୍ରିଡା ମଧ୍ୟରେ ଦୈାଡ,ମ୍ୟୁଜିକ ଚେୟାର,ଖୋ ଖୋ ଭଳି ଅନେକ ଗୁରୁତ୍ୱପୂର୍ଣ୍ଣ ଖେଳ ରହିଥିବା ବିଦ୍ୟାଳୟର କ୍ରିଡା ଶିକ୍ଷକ ସୂଚନା ଦେଇଛନ୍ତି ।