ଭୁବନେଶ୍ୱର (ଏଟିଆର ବ୍ୟୁରୋ); ପାଠ ପଢ଼ିବା ବାହାନାରେ କଲେଜ ଯାଉଥିବା ଛାତ୍ର ଛାତ୍ରୀମାନେ ପ୍ରେମରେ ପଡି ଯାଇ ବହୁ ଖରାପ କାମରେ ଲିପ୍ତ ରହୁଥିବା ଖବର ସବୁବେଳେ ଗଣମାଧ୍ୟମରେ ପ୍ରଚାର ହେଉଛି । ତଥାପି ଚେତୁନାହାଁନ୍ତି ଏହି ଯୁବପିଢ଼ି । ଘରୁ କଲେଜ ଆସିବା ବାହାନାରେ ବହାରି ଆସିବା ପରେ କଣ କରୁଛନ୍ତି ତାହା ତାହା ପାଠକଙ୍କୁ ଭଲ ଭାବରେ ଜଣା । ତେବେ ଆଜି ଏଭଳି ଏକ ଅଘଟଣ ନଜରକୁ ଆସିଛି ରାଜଧାନୀର ଧଉଳି ଅଞ୍ଚଳରୁ ।
ସୂଚନା ମୁତାବକ ପ୍ରତାପ ଶାସନ କଲେଜରେ ପଢ଼ୁଥିବା ଜଣେ ଯୁକ୍ତ ଦୁଇର ଛାତ୍ରୀ କଲେଜ ଯାଇଥିଲେ ସନ୍ଧ୍ୟା ହୋଇଥିଲେ ମଧ୍ୟ ଘରକୁ ଫେରିନଥିଲେ । ପରିବାର ପକ୍ଷରୁ ବହୁ ଖୋଜା କରିଥିଲେ ମଧ୍ୟ କୈାଣସି ପତ୍ତା ମିଳିନଥିଲା । ସେପଟେ ତାଙ୍କ ପଡୋଶୀ ଘରେ ରହୁଥିବା ଜଣେ ଯୁବକ ସହ ଛାତ୍ରୀଙ୍କର ପୂର୍ବରୁ ସମ୍ପର୍କଥିଲା । ସନ୍ଦେହ ହେଉଥିବା ଯୁବକ ଜଣକ ମଧ୍ୟ ଘରେ ନଥିବାରୁ ଝିଅର ବଡବାପା ଥାନାରେ ଏତଲା ଦେଇଛନ୍ତି । ଏହି ଅଭିଯୋଗ ଆଧାରରେ ପୋଲିସ ତଦନ୍ତ ଆରମ୍ଭ କରିବା ସହ ଯୁବକକୁ ଖୋଜିବା ପାଇଁ ତନାଘନା ଚଳାଇଛି ।