ଭୁବନେଶ୍ୱର (ଏଟିଆର ବ୍ୟୁରୋ): ସାଧାରଣତଃ ଶୀତ ଦିନେ ପ୍ରତ୍ୟେକ ଲୋକଙ୍କ ଗୋଇଠି ଫାଠିବା ଆରମ୍ଭ ହୋଇଯାଇଥାଏ । ଏହା ଦ୍ୱାରା ପାଦ ଦରଜ ହେବା ସହ ପାଦ ଖୁବ୍ ଅସୁନ୍ଦର ଦେଖାଯାଇଥାଏ । ସେଥିପାଇଁ ଅନେକ ସ୍ଥାନରେ ଲଜ୍ଜିତ ହେବାକୁ ମଧ୍ୟ ପଡେ । ଖାସ୍ କରି ମହିଳାମାନଙ୍କଠାରେ ଏହି ସମସ୍ୟା ବେଶୀ ଦେଖାଯାଇଥାଏ । ଆଜି ଆମେ ଆପଣଙ୍କୁ କିଛି ଘରୋଇ ଉପଚାର ବିଷୟରେ କହିବାକୁ ଯାଉଛୁ । ଯାହାଦ୍ୱାରା ଆପଣଙ୍କୁ ଏଥିରୁ ଆରମ୍ ମିଳିପାରିବ । ତେବେ ଆସନ୍ତୁ ଜାଣିବା କ’ଣ ରହିଛି ଉପାୟ..
ଘିଅ:
ଯଦି ଶୀତ ଦିନେ ଗୋଡ ଫାଟିବାକୁ ନେଇ ଚିନ୍ତିତ ଅଛନ୍ତି ତେବେ ଆପଣଙ୍କ ପାଇଁ ଘିଅ ଫାଇଦା ହୋଇପାରିବ । ସେଥିପାଇଁ ରାତିରେ ଶୋଇବା ପୂର୍ବରୁ ଗୋଡରେ ଘିଅ ଲଗାଇ ମୋଜା ପିନ୍ଧି ଶୁଅନ୍ତୁ । ବହୁତ ଶୀଘ୍ର ଏହି ସମସ୍ୟାରୁ ଆରାମ ମିଳିବ ।
ସୋରିଶ ତେଲ:
ଗୋଡ ଫାଟିବାରେ ସୋରିଶ ତେଲ ମଧ୍ୟ ଖୁବ୍ ଫାଇଦା ହୋଇଥାଏ । ରାତିରେ ଶୋଇବା ବେଳେ ନାଭିରେ ଶୋରିଷ ତେଲ ଲଗାଇ ଶୁଅନ୍ତୁ ।
ତ୍ରିଫଳା ଚୂର୍ଣ୍ଣ:
ବଜାରରେ ତ୍ରିଫଳା ଚୂର୍ଣ୍ଣ ଉପଲବ୍ଧ । ଏହି ଚୂର୍ଣ୍ଣକୁ ଖାଇବା ତେଲରେ ମିଶାଇ ଏକ ପେଷ୍ଟ ପ୍ରସ୍ତୁତ କରନ୍ତୁ । ରାତିରେ ଶୋଇବା ପୂର୍ବରୁ ସେହି ଫାଟା ସ୍ଥାନରେ ପେଷ୍ଟ ଲଗାଇ ଶୁଅନ୍ତୁ । ଏଭଳି ଉପାୟ କରିବା ଦ୍ୱାରା ଖୁବ୍ ଶୀଘ୍ର ଗୋଡ ଫଟାରୁ ଆରାମ ମିଳିଥାଏ ।
ନଡିଆ ତେଲ:
ପ୍ରତ୍ୟେକ ଲୋକଙ୍କ ଘରେ ନଡିଆ ତେଲ ସହଜରେ ଉପଲବ୍ଧ । ଯଦି ଆପଣଙ୍କ ଗୋଡ ଫାଟିଛି ତେବେ ନଡିଆ ତେଲ ନିୟମିତ ମାଲିସ କରନ୍ତୁ । ଏହାଦ୍ୱାରା ଗୋଡ ଗୋଇଠି ନରମ ହେବା ସହ ଫାଟିବା କମ୍ ହୋଇଥାଏ ।