ଆଠଗଡ (ଏଟିଆର ବ୍ୟୁରୋ); ଭୋଜି ନାଁ ଶୁଣିଲେ ପିଲାଙ୍କ ଖୁସି କହିଲେ ନସରେ । ପୂର୍ବରୁ ଯଦି ଏମାନେ ଭୋଜି କଥା ଶୁଣନ୍ତି ତେବେ ସେମାନେ ଦିନ ଗଣିବା ମଧ୍ୟ ଆରମ୍ଭ କରି ଦିଅନ୍ତି । ହେଲେ ସେହି ଭୋଜି ଯଦି ପିଲାଙ୍କ ପାଇଁ ବିପଦ ଆଣେ? ତେବେ ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କଟକ ଜିଲ୍ଲା ଆଠଗଡ ଅଞ୍ଚଳରେ । ଭୋଜିଖାଇ ଅସୁସ୍ଥ ହୋଇଛନ୍ତି ଶିଶୁ । ମିଳିଥିବା ସୂଚନା ମୁତାବକ କଟକ ଜିଲ୍ଳା ଆଠଗଡ ଥାନା ଅନ୍ତର୍ଗତ କଣ୍ଡରେଇ ଗ୍ରାମପଞ୍ଚାୟତର ପାର୍ବତୀପୁର ଗ୍ରାମରେ ଏହି ଅଘଟଣ ଘଟିଛି । ଗାଁରେ ହେଉଥିବା ଏକ ଭୋଜି ଖାଇବାକୁ ଯାଇ ପାଖାପାଖି ୪୦ଜଣ ଶିଶୁ ଅସୁସ୍ଥ ହୋଇପଡିଛନ୍ତି । ସେମାନଙ୍କୁ ଚିକିତ୍ସା ଲାଗି ହସପିଟାଲରେ ଭର୍ତ୍ତି କରାଯାଇଛି । ତେବେ କେମିତି ଓ କେଉଁ କାରଣରୁ ଏଭଳି ଘଟଣା ଘଟିଛି ସେନେଇ କିଛି ସ୍ପଷ୍ଟ ସୂଚନା ମିଳିନାହିଁ । ଏନେଇ ଅଧିକ ତଦନ୍ତ ଚଳାଇଛି ପୁଲିସ ।
JUST IN
-
ଜାଣନ୍ତୁ ମେ ମାସରେ କେତେ ଦିନ ଛୁଟି ରହିବ ବ୍ୟାଙ୍କ | 29 Apr 2024
-
ଓଡିଶାରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜିଠୁ ଆରମ୍ଭ ନାମାଙ୍କନ ଦାଖଲ ପ୍ରକ୍ରିୟା | 29 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ବାରିପଦା | 29 Apr 2024
-
ହିଞ୍ଜିଳି ଆସନ ପାଇଁ ୩୦ ରେ ନାମାଙ୍କନ ଭରିବେ ନବୀନ ପଟ୍ଟନାୟକ | 28 Apr 2024
-
ହୁତୁହୁତୁ ହୋଇ ଜଳୁଛି ଶିମିଳିପାଳ | 28 Apr 2024
-
ଆହୁରି କଲବଲ କରିବ ତାତି, ରାଜଧାନୀରେ ୪୬ ଡିଗ୍ରୀ ଛୁଇଁବ ପାରଦ! | 28 Apr 2024
-
ଜଳୁଛି ଓଡିଶା, ଦିନ ସାଢେ ୧୧ଟା ସୁଦ୍ଧା ଝାରସୁଗୁଡାରେ ୪୧.୪ ଡିଗ୍ରୀ ତାପମାତ୍ରା | 27 Apr 2024
-
ନଜର ପକାନ୍ତୁ ଆଜିର ପେଟ୍ରୋଲ ଓ ଡିଜେଲ ଦର ଉପରେ | 27 Apr 2024
-
ଆସନ୍ତାକାଲି ଓଡିଶା ଆସିବେ ରାହୁଲ ଗାନ୍ଧୀ | 27 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ତାଳଚେର | 27 Apr 2024
-
ଓଡିଶା ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା | 26 Apr 2024
-
ଓଡିଶାରେ ୨ୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ | 26 Apr 2024