ମୁମ୍ବାଇ (ଏଟିଆର ବ୍ୟୁରୋ): ଶେଷରେ ନିଜ ପଦରୁ ଇସ୍ତଫା ଦେଲେ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଉର୍ଜିତ ପଟେଲ । ଯେଉଁଥି ପାଇଁ ବ୍ୟାଙ୍କକୁ ଏକ ଶକ୍ତ ଝଟକା ଲାଗିଛି । ଗତକିଛି ଦିନ ହେବ ସରକାର ଏବଂ ବ୍ୟାଙ୍କ ମଧ୍ୟରେ ଅନେକ କାରଣକୁ ନେଇ ତିକ୍ତତା ଲାଗିରହିଥିଲା । ଗତମାସରେ ଶ୍ରୀ ପଟେଲ ଏହି ଇସ୍ତଫାକୁ ଅସ୍ୱୀକାର କରିଥିଲେ ମଧ୍ୟ ଆଜି ସେ ନିଜେ ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି । ଏଥିରୁ ସ୍ପଷ୍ଟ ଜାଣିବାକୁ ମିଳିଛି ଯେ ସରକାର ଏବଂ ବ୍ୟାଙ୍କ ମଧ୍ୟରେ ଥିବା ବିବାଦର କୌଣସି ସମାଧାନ ହୋଇନାହିଁ ।