ଭୁବନେଶ୍ୱର (ଏଟିଆର ବ୍ୟୁରୋ); ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମ ସାମ୍ନାରେ ଥିବା ନନ୍ଦିନୀପଲ୍ଲୀ ବସ୍ତିରେ ଓଡିଉଡ ନାୟିକା ଅର୍ଚ୍ଚିତା ସାହୁ । ‘ୟୁଥ ଫର ଭଲ୍ୟୁଣ୍ଟାରି ୱାର୍କ’ ଏବଂ ‘ପିପିଏଲ’ ନ୍ୟୁଜ ପକ୍ଷରୁ ଆୟୋଜିତ ହୋଇଥିବା ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି ଏହି ନାୟିକା । ତେବେ ସବୁଠାରୁ ବଡ କଥା ହେଉଛି ଛୋଟ ଛୁଆ ସହ ନାଚିବା ସହ ପିଲାଙ୍କୁ ଉତ୍ସାହିତ କରିଥିଲେ । ବସ୍ତିରେ ରହୁଥିବା ପିଲାଙ୍କୁ ଘୃଣାନକରି ଏମାନଙ୍କ ପାଖକୁ ଯାଇ ଫଟୋ ଉଠାଇବା ସହ ଛୋଟ ପିଲାଙ୍କ ସହ ମଜା କରିଥିଲେ ଅର୍ଚ୍ଚିତା ।
‘ୟୁଥ ଫର ଭଲ୍ୟୁଣ୍ଟାରି ୱାର୍କ’ ଏବଂ ‘ପିପିଏଲ’ ନ୍ୟୁଜ ମିଳିତ ଭାବରେ ରାଜଧାନୀରେ ଏକ ଅଭିନବ ପ୍ରୟାସ ଜାରି କରିଛନ୍ତି । ବସ୍ତିରେ ଲୁଚି ରହିଥିବା କଳାକୁ ଖୋଜି ବାହାର କରିବା ଏଭଳି ଆୟୋଜନର ମୁଖ୍ୟ ଲକ୍ଷ । ଅଭିନୟଠାରୁ ଆରମ୍ଭ କରି ଡିବେଟ ପର୍ଯ୍ୟନ୍ତ ସମସ୍ତ ପ୍ରକାର କଳାକୁ ଖୋଜିବା ପାଇଁ ବାହାରିଛନ୍ତି ଏହି ମିଳିତ ସଂଘ । ତେବେ ଏହା କେବଳ ଗୋଟିଏ ବସ୍ତି ନୁହେଁ ଭୁବନେଶ୍ୱରରେ ତିବା ସମସ୍ତ ବସ୍ତିରେ ଖୋଜି ଖୋଜି ଲୁଚି ରହିଥିବା କଳାକାରଙ୍କ ସନ୍ଧାନ କରିବ । ଅର୍ଚ୍ଚିତା ଯୋଗ ଦେଇଥିବା ଏହି କାର୍ଯ୍ୟକ୍ରମରେ ଏକ ବଡ ଘୋଷଣା କରିଛନ୍ତି । ଯେଉଁ ପ୍ରତିଯୋଗୀମାନେ ଭଲ ଅଭିନୟ ଏବଂ ଡ୍ୟାନ୍ସ କରିବେ ସେମାନଙ୍କୁ ଅର୍ଚ୍ଚିତାଙ୍କ ଆସୁଥିବା ଆଗାମୀ ଚଳଚ୍ଚିତ୍ରରେ ସୁଯୋଗ ମିଳିବ । ଅର୍ଚ୍ଚିତାଙ୍କ ଆଗାମୀ ଫିଲ୍ମର ନାମ ହେଉଛି ଚାମ୍ପିୟନ । ଏବଂ ଆୟୋଜନ ହୋଇଥିବା କାର୍ଯ୍ୟକ୍ରମର ନାମ ହେଉଛି ‘ମୁଁ ବି ଚାମ୍ପିୟନ’ । ଏଣୁ ଏହି କଥା ଶୁଣିବା ପରେ ସମସ୍ତେ ଗୋଟିଏ କଥା କହିଛନ୍ତି ଚାମ୍ପିୟନ ସୁଯୋଗ ଦେବେ ଚାମ୍ପିୟନଙ୍କୁ ।