ଭୁବନେଶ୍ୱର (ଏଟିଆର ବ୍ୟୁରୋ): ରାଜ୍ୟ କ୍ରୀଡା ମନ୍ତ୍ରୀ ତୁଷାରକାନ୍ତି ବେହେରା ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ନନ୍ଦିନୀଙ୍କ ହାତ ଧରିଛନ୍ତି ତୁଷାରକାନ୍ତି । ଏନେଇ ନିଜେ ତୁଷାରକାନ୍ତି ଟ୍ୱିଟ ଯୋଗେ ସୁଚନା ଦେଇ ଆଶୀର୍ବାଦ ଲୋଡିଛନ୍ତି ।
କାକଟପୁର ସ୍ଥିତ ଦେଉଳିମଠ ଠାରେ ଆଜି ମୋର ଶୁଭବିବାହ ଆୟୁଷ୍ମତୀ ନନ୍ଦିନୀଙ୍କ ସହ ଯଥାରୀତି ସମ୍ପନ୍ନ ହୋଇଛି l ସମସ୍ତ ଗୁରୁଜନ ବୃନ୍ଦଙ୍କ ଆଶୀର୍ବାଦ ଓ ମୋର ଶୁଭେଛୁମାନଙ୍କ ଶୁଭକାମନା ମୋର ଏକାନ୍ତ କାମ୍ୟ l pic.twitter.com/N4o9Xt0OQl
— Tusharkanti Behera (@btushar02) February 25, 2021
ସେ ଟ୍ୱିଟ କରି କହିଛନ୍ତି କି, କାକଟପୁର ସ୍ଥିତ ଦେଉଳିମଠ ଠାରେ ଆଜି ମୋର ଶୁଭବିବାହ ଆୟୁଷ୍ମତୀ ନନ୍ଦିନୀଙ୍କ ସହ ଯଥାରୀତି ସମ୍ପନ୍ନ ହୋଇଛି । ସମସ୍ତ ଗୁରୁଜନ ବୃନ୍ଦଙ୍କ ଆଶୀର୍ବାଦ ଓ ମୋର ଶୁଭେଚ୍ଛୁମାନଙ୍କ ଶୁଭକାମନା ମୋର ଏକାନ୍ତ କାମ୍ୟ ।
ଅସ୍ତରଙ୍ଗ ବ୍ଲକ ଅଧୀନ ନଗର ପଞ୍ଚାୟତ ବାଲିଡିଆ ଗ୍ରାମରେ ତୁଷାରକାନ୍ତିଙ୍କ ଘର । ସେହି ଗ୍ରାମର ରୋହିତ ବେହେରାଙ୍କର ଏକମାତ୍ର କନ୍ୟା ନନ୍ଦିନୀଙ୍କ ହାତ ଧରିଛନ୍ତି ତୁଷାରକାନ୍ତି ।