ଜଗତସିଂହପୁର (ଏଟିଆର ବ୍ୟୁରୋ): ଚକ୍ଷୁ ହେଉଛି ମଣିଷର ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ । ଯାହା ବିନା ମଣିଷ ବଞ୍ଚିବା ପାଇଁ କଷ୍ଟସାଧ୍ୟ ହୋଇଯାଇଥାଏ । ମଣିଷ ଯଦି ଜନ୍ମରୁ ଅନ୍ଧ ହୋଇଥାଏ ତେବେ ସେ ଅନ୍ଧକାର ସହ ଜଡିତ ହୋଇଯାଇଥାଏ ତେଣୁ ସେ ଜୀବନ କାଟିବାରେ ଅସୁବିଧା ହେଲେ ମଧ୍ୟ ପରିସ୍ଥିତି ସହ ଖାପଖୁଆଇ ଚଳିଯାଇଥାଏ । ମାତ୍ର ଜନ୍ମରୁ ସୁନ୍ଦର ଦୁନିଆକୁ ଦେଖିବଥିବା ଲୋକର ଦୃଷ୍ଟିଶକ୍ତି ଯଦି ଚାଲିଯାଏ ସେ ହିଁ ଅନୁଭବ କରିଥାଏ କି ଅନ୍ଧକାର କେତେ ଭୟଙ୍କର । ଏବଂ ଦୃଷ୍ଟିଶକ୍ତି ଚାଲିଯିବା ପରେ ବଞ୍ଚିବା ପାଇଁ ବହୁ କଷ୍ଟ ଅନୁଭବ କରିବାକୁ ପଡିଥାଏ । ତେବେ ଏଭଳି ଏକ ଅନ୍ଧକାର ଦୁନିଆକୁ ଦେଖିଛନ୍ତି ଜଗତସିଂହପୁର ଜିଲ୍ଲାର ତ୍ରିତ୍ତୋଳ ବ୍ଳକ ଅନ୍ତର୍ଗତ କନକପୁର ପଞ୍ଚାୟତର କୁଟିଲେ ଗ୍ରାମର ବ୍ରଜବନ୍ଧୁ ।
କଥାରେ ଅଛି ଶସ୍ତାରୁ ହିନସ୍ତା । ଯାହାର ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ବ୍ରଜବନ୍ଧୁଙ୍କ କ୍ଷେତ୍ରରେ । ବ୍ରଜବନ୍ଧୁ କୁଟିଲୋ ଗ୍ରାମରେ ଦର୍ଜିକାମ କରି ପରିବାର ପୋଷୁଥିଲେ । ତେବେ ବୟସ ବଢ଼ିବାରୁ ଧିରେ ଧିରେ ବ୍ରଜଙ୍କ ଆଖିକୁ ଦେଖାଯିବା କମିବାରେ ଲାଗିଥିଲା । ଫଳରେ ପିଲାଙ୍କ ଆଗରେ ଏହି କଥା କହିଥିଲେ । ମେଡିକାଲ ଯିବା ପାଇଁ ଯିବା ପୂର୍ବରୁ ଗାଁ ପାଖରେ ମୂଳିସିଂ
ପଞ୍ଚାୟତରେ ଏକ ମାଗେଣା ଚକ୍ଷୁଚିକିତ୍ସା ଶିବିର ପଡିଥିଲା । ସେଠାରେ ପାଖାପାଖି ଅଞ୍ଚଳର ସମସ୍ତ ଲୋକ ଯାଉଥିଲେ । ମାଗେଣା ହୋଇଥିବାରୁ ପରିବାର ଲୋକ ସେଠାକୁ ମଧ୍ୟ ବ୍ରଜଙ୍କୁ ନେଇଥିଲେ । ତେବେ ସେଠାରେ ଡାକ୍ତର ବ୍ରଜଙ୍କୁ ଭୁବନେଶ୍ୱର ଯାଇ ମାଗେଣା ଅସ୍ତ୍ରୋପଚାର କରିବା ପାଇଁ ପରାମର୍ଶ ଦେଇଥିଲେ । ଏହା ପରେ ବ୍ରଜଙ୍କ ସମେତ ସେଠାରେ ପରାମର୍ଶ ନେଇଥିବା ୨୮ ଜଣ ଅସ୍ତ୍ରୋପଚାର ପାଇଁ ସେପ୍ଟେମ୍ବର ୧ରେ ଭୁବନେଶ୍ୱର ଯାଇଥିଲେ ।
ମାଗଣା ହୋଇଥିଲା ଅସ୍ତ୍ରୋପଚାର ମାତ୍ର ଏହାର କୈାଣସି ଭଲ ପ୍ରଭାବ ପଡନଥିଲା । କାରଣ ନିଜର ବାମ ଆଖି ଦେଖାଇବାକୁ ଯାଇଥିବା ବ୍ରଜ ଅସ୍ତ୍ରୋପଚାର ପରେ ଦୁଇଟି ଯାକ ଆଖିର ଦୃଷ୍ଟି ଚାଲିଯାଇଥିଲା । ତେବେ ଦେଖିପାରୁନଥିବା କହିବା ପରେ ତାଙ୍କୁ କିଛି ଔଷଧ ଦେଇ କିଛିଦିନ ପରେ ଠିକ ହୋଇଯିବ ବୋଲି ଭୁତେଇ ଛାଡିଦେଇଥିଲେ ଡାକ୍ତର । ଡାକ୍ତରଙ୍କ ଶାନ୍ତ୍ୱନା ପାଇବା ପରେ ବହୁ ଦିନ ଅପେକ୍ଷା କରିଥିଲେ ମଧ୍ୟ ଦୃଷ୍ଟି ଶକ୍ତି ଫେରିନଥିଲା । ଶେଷରେ ପୁଣି ଥରେ ଭୁବନେଶ୍ୱରରେ ଅସ୍ତ୍ରୋପଚାର କରିଥିବା ସଂସ୍ଥା ସହ ଯୋଗାଯୋଗ କରିଥିଲେ ମଧ୍ୟ ଏହାର କୈାଣସି ପ୍ରଭାବ ପଡିନଥିଲା । ଫଳରେ ଶେଷରେ ନିରାଶ ହୋଇ ଘରକୁ ଫେରିଥିଲେ ବ୍ରଜ । ଶେଷରେ ମାଗେଣାରେ ଚିକିତ୍ସିତ ହେବା ମହଙ୍ଗା ପଡିଯାଇଛି । ଦର୍ଜି କାମ କରି ପରିବାର ପୋଷୁଥିବା ବ୍ରଜ ଅନ୍ଧ ହୋଇ ପର ଉପରେ ଭରଷା କରିବାକୁ ବାଧ୍ୟ ହେଉଛନ୍ତି ।