କୋଲକତା(ଏଟିଆର ବ୍ୟୁରୋ): ନିର୍ବାଚନ ପୂର୍ବରୁ ରାଜ୍ୟସଭାରେ ଇସ୍ତଫା ଦେଲେ ସ୍ୱପନ ଦାସ ଗୁପ୍ତା । ବିଜେପି ତାଙ୍କୁ ଦଳୀୟ ପ୍ରାର୍ଥୀ ଟିକେଟ ପ୍ରଦାନ କରିବା ପରେ ସେ ରାଜ୍ୟସଭା ସାଂସଦ ପଦରୁ ଇସ୍ତଫା ଦେଇଛନ୍ତି ।ମଙ୍ଗଳବାର ସେ ରାଜ୍ୟ ସଭା ଅଧ୍ୟକ୍ଷ ଭେଙ୍କେୟା ନାଇଡୁ ତାଙ୍କ ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି ।ଏବେ ସେ ଭାଜପା ଟିକେଟରେ ନିର୍ବାଚନ ଲଢିବେ ବୋଲି କହିଛନ୍ତି ।
ତୃଣମୂଳ କଂଗ୍ରେସର ସାଂସଦ ମହୁଆ ମୈତ୍ର ଅଭିଯୋଗ ଉଠାଇ କହିଥିଲେ ଯେ ସମ୍ବିଧାନର ଦଶମ ପରିଚ୍ଛେଦ ଅନୁଯାୟୀ, ବିଜେପି ପ୍ରାର୍ଥୀ ଭାବେ ନାମାଙ୍କନପତ୍ର ଦାଖଲ କରିବା ପାଇଁ ସ୍ୱପନ ଦାସଗୁପ୍ତ ଅଯୋଗ୍ୟ ଅଟନ୍ତି।ଗତ ରବିବାର ଭାଜପା ସ୍ୱପନ ଦାସଗୁପ୍ତାଙ୍କ ସମେତ ୨୬ ଜଣ ପ୍ରାର୍ଥୀଙ୍କ ତାଲିକା ପ୍ରକାଶ କରିଛନ୍ତି ।