ଭଦ୍ରକ (ଏଟିଆର ବ୍ୟୁରୋ); ପାଖେଇ ଆସୁଛି ନିର୍ବାଚନ । ବଢ଼ୁଛି କ୍ଷମତାର ଲୋଭ । ଶେଷ ସମୟରେ ହେବାକୁ ଥିବା ସରକାରୀ କାମ ପାଇଁ କ୍ଷମତାରେ ଥିବେ ବିଜେଡି କର୍ମୀଙ୍କ ମଧ୍ୟରେ ସଙ୍ଘର୍ଷ ଦେଖିବାକୁ ମିଳୁଛି । ଯାହାକୁ ନେଇ ବଢ଼ୁଛି ଗୋଷ୍ଠୀ କନ୍ଦଳ । ଏଥିରେ କିଏ ଗୁରୁତର ଆହତ ହେଉଛି ତ ଆଉ କାହାର ଜୀବନ ଚାଲିଯାଉଛି । ତେବେ ଏଭଳି ଏକ ଅଭାବନୀୟ ଘଟଣାର ପୁନରାବୃତ୍ତି ହୋଇଛି ଭଦ୍ରକ ଜିଲ୍ଲା ଗ୍ରାମାଞ୍ଚଳ ଥାନା ଆରଏନ ବେତଡା ଗୋହିରଣୀ ଗାଁରେ ।
ମିଳିଥିବା ସୂଚନା ମୁତାବକ ପଞ୍ଚାୟତରେ ହେବାକୁ ଥିବା ମିନି ଷ୍ଟାଡିୟମ କାମ ୱାର୍କ ଅର୍ଡର ପାଇଁ ଦୁଇ ଗୋଷ୍ଠୀ ମଧ୍ୟରେ ପ୍ରଥମେ କଥା କଟି ହେଶଇଥିଲା । ଏହାପରେ ଘଟଣା ଏତେ ଆଗକୁ ଚାଲିଯାଇଥିଲା ଯେ ଉଭୟ ଗୋଷ୍ଠୀ ଛୁରୀ ଭୁଜାଲିରେ ଉଭୟଙ୍କ ଉପରକୁ ଆକ୍ରମଣ କରିଥିଲେ । ଏହି ଆକ୍ରମଣରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫ଜଣ ଗୁରୁତର ଆହତ ହୋଇଛନ୍ତି । ମୃତକ ଜଣକ ହେଲେ ଲେକନାଥ ସେଠୀ । ମେଡିକାଲରେ ଚିକିତ୍ସା ସମୟରେ ତାଙ୍କର ମୃତ୍ୟୁ ହୋଇଛି । ଆହତମାନଙ୍କୁ ବାସୁଦେବ ପୁର ମେଡିକାଲରେ ଭତ୍ତି କରାଯାଇଥିବା ବେଳେ ପୋଲିସ ଘଟଣାସ୍ଥଳରେ ପହଁଞ୍ଚି ମୃତ ଦେହକୁ ଉଦ୍ଧାର କରି ତଦନ୍ତ ଜାରି କରିଛି ।