ପୁରୀ (ଏଟିଆର ବ୍ୟୁରୋ): ପୁରୀ –ଭୁବନେଶ୍ୱର ରାଜପଥରେ ଏକ ସଡକ ଦୁର୍ଘଟଣା ଘଟିଛି । ଗତକାଲି ଶିତୁଆ ଅନ୍ଧାରରେ ଦୁଇଟି ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି । ଏଥିରେ ଚାରିଜଣ ଗୁରୁତର ଭାବେ ଆହତ ହୋଇଛନ୍ତି । ଆହତଙ୍କୁ ଚିକିତ୍ସା କରିବା ଲାଗି ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି ।
ଗତକାଲି ରାତି ପ୍ରାୟ ୯ଟା ବେଳେ ଚନ୍ଦନପୁର ଥାନା ତୁଳସୀଚଉରା ନିକଟରେ ଏହି ଦୁର୍ଘଟଣା ଘଟିଛି । ଓଆର୍-୧୩-ଇ-୧୫୨୧ ନମ୍ବରର ଏକ ବାଇକରେ ଦୁଇଜଣ ବ୍ୟକ୍ତି ସତ୍ୟବାଦୀ ଅଭିମୁଖେ ଯାଉଥିବା ବେଳେ ଅନ୍ୟ ଏକ ବାଇକ୍ ସହ ମୁହାଁ ମୁହିଁ ଭାବେ ଧକ୍କା ହୋଇଥିଲା । ଏଥିରେ ୪ ଜଣ ବ୍ୟକ୍ତି ଗୁରୁତର ଭାବେ ଆହତ ହୋଇଛନ୍ତି ।