ଭୁବନେଶ୍ୱର (ଏଟିଆର ବ୍ୟୁରୋ): ହିନ୍ଦୁ ଧର୍ମରେ ଅନେକ ରହସ୍ୟମୟ ମନ୍ଦିର ରହିଛି । ପ୍ରତ୍ୟେକ ମନ୍ଦିରର ମାହାତ୍ମ୍ୟ ଭିନ୍ନ ଭିନ୍ନ । ସେହିପରି ଶ୍ରୀନଗରର ପାଖାପାଖି ୨୭ କିଲୋମିଟର ଦୂରରେ ଖୀର୍ ଭବାନୀ ନାମକ ଏକ ମନ୍ଦିର ଅବସ୍ଥିତ । ଯାହା କାଶ୍ମୀର ପଣ୍ଡିତମାନଙ୍କର ଆସ୍ଥାର ଏକ ବଡ କେନ୍ଦ୍ର ସ୍ଥଳୀ । ଏଠାରେ ଖୀର୍ ଭବାନୀ ମା’ ପୂଜାପାଇଥାନ୍ତି । ପାରମ୍ପରିକ ଅନୁଯାୟୀ ବସନ୍ତ ଋତୁରେ ମା’ଙ୍କୁ ଖୀରି ଭୋଗ ଲାଗି ହେଉଥିବାରୁ ଏହି ମନ୍ଦିରକୁ ଖୀର୍ ଭବାନୀ ମନ୍ଦିର ନାମରେ ନାମିତ କରାଯାଇଛି ।
ଏହି ଖୀର୍ ଭବାନୀ ମନ୍ଦିରରେ ଏକ ଏଭଳି କୁଣ୍ଡ ଅଛି । ଯାହା ସମ୍ପୂର୍ଣ୍ଣ ରହସ୍ୟମୟ । କୁହାଯାଏ କି କାଶ୍ମୀରରେ ହେବାକୁ ଥିବା ଯେକୌଣସି ଅସୁବିଧା ଜନକ ସଂକେତ ସର୍ବ ପ୍ରଥମେ ଏହି କୁଣ୍ଡ ଜରିଆରେ ଜଣାପଡି ଯାଇଥାଏ ।
ଏହି କୁଣ୍ଡକୁ ନେଇ ସ୍ଥାନୀୟ ଲୋକଙ୍କ କହିବାନୁଯାୟୀ ଯେତେବେଳେ କାଶ୍ମୀରରେ କୌଣସି ବିପତ୍ତି ଆସେ ସେହି ସମୟରେ ଏହି ମନ୍ଦିରରେ ଥିବା କୁଣ୍ଡର ପାଣି ସମ୍ପୂର୍ଣ୍ଣ କଳା ପଡିଯାଇଥାଏ ।