ପୁରୀ (ଏଟିଆର ବ୍ୟୁରୋ): ଭାବ ବିନୋଦିଆ କାଳିଆ ଠାକୁରଙ୍କର ପ୍ରତ୍ୟେକ ଦିନ କିଛି ନା କିଛି ନୀତି ଅନୁଷ୍ଠିତ ହୋଇଥାଏ । ସେହିପରି ଆଜି ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ବନକ ଲାଗି ନୀତି । ଦ୍ୱିପହର ଧୂପ ସମାପନ ହେବା ପରେ ଏହି ନୀତି ଅନୁଷ୍ଠିତ ହେବ । ଦତ୍ତମହାପାତ୍ର ସେବକ ମାନଙ୍କ ଦ୍ୱାରା ଏହି ନୀତି ସମାପନ କରାଯିବ । ସେବକ ମାନେ ଗୃର୍ଭଗୃହକୁ ଯାଇ ପ୍ରାକୃତିକ ପ୍ରଣାଳୀରେ ଶ୍ରୀଜିଉଙ୍କ ଶୃଙ୍ଗାର କରିବେ । ଏଥିପାଇଁ ସେବକମାନେ କସ୍ତୁରୀ, କଳା ରଙ୍ଗ, ହିଙ୍ଗୁଳ ଆଦି ବ୍ୟବହାର କରିବେ ।
ଏହି ବନକ ଲାଗି ନୀତି ସେବକମାନଙ୍କ ଦ୍ୱାରା ଗୁପ୍ତ ଭାବରେ କରାଯିବ । ସେଥିପାଇଁ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ଅପରାହ୍ନ ୪ ଟାରୁ ରାତି ୮ଟା ଯାଏଁ ବନ୍ଦ ରହିବ । ଏହି ସମୟ ଭିତରେ ଭକ୍ତଙ୍କୁ ଭଗବାନ ଦର୍ଶନ ଦେବେ ନାହିଁ । ଏନେଇ ମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଜାରି କରାଯାଇଛି ।