ମୁମ୍ବାଇ (ଏଟିଆର ବ୍ୟୁରୋ): କେନ୍ଦ୍ର ସଡକ ପରିବହନ ମନ୍ତ୍ରୀ ନିତିନ ଗଡକରୀ ସର୍ବଦା ତାଙ୍କର ବିବାଦୀୟ ବୟାନ ପାଇଁ ଚର୍ଚ୍ଚାରେ ରହିଥାନ୍ତି । ନିକଟରେ ସେ ବିଜେପୀକୁ ନେଇ ଏଭଳି କିଛି ବୟାନ ଦେଇଥିଲେ ଯେଉଁଥି ପାଇଁ ବିଜେପୀ କର୍ମୀ ତାଙ୍କୁ ଘେରି ଯାଇଥିଲେ । ଏବେ ପୁଣି ତାଙ୍କର ଏକ ବୟାନ ଚର୍ଚ୍ଚାର ବିଷୟ ବସ୍ତୁ ପାଲଟିଛି । ଆଜ୍ଞା ହଁ ସେ ବିଜୟ ମାଲ୍ୟାଙ୍କୁ ମାଲ୍ୟାଜି କହିବା ସହିତ ସେ କହିଛନ୍ତି କି ଯଦି କୌଣସି ବ୍ୟକ୍ତି ଗୋଟେ ଥର କରଜ ଦେବାରେ ଅସଫଳ ହେଉଛି ତେବେ ତାକୁ ଚୋର କହିବା ଠିକ୍ ନୁହେଁ । ବର୍ତ୍ତମାନ ଆର୍ଥିକ ସଙ୍କଟରେ ଘେରି ହାଇଥିବା ମାଲ୍ୟାଜିଙ୍କ ୪୦ ବର୍ଷ କାଳ ସଠିକ୍ ଭାବେ କରଜ ସୁଝିବାରେ ରେକର୍ଡ ରହିଛି ।
କେନ୍ଦ୍ର ମନ୍ତ୍ରୀଙ୍କ ମୁହଁରୁ ଏଭଳି ବିବଦୀୟ ବୟାନ ବାହାରିବା ପରେ ସେ ତୁରନ୍ତ କଥା ବଦଳାଇବା ସହ କହିଥିଲେ କି ତାଙ୍କର ମାଲ୍ୟାଙ୍କ ସହିତ କୌଣସି ନେଣ ଦେଣ ନାହିଁ ।
ରିପୋର୍ଟ ମୁତାବକ, ବ୍ୟାଙ୍କରୁ ୯ ହଜାର କୋଟି ଟଙ୍କାର ଫ୍ରଡ କେସ୍ ରେ ବିଜୟ ମାଲ୍ୟାଙ୍କ ନାଁରେ ଅଭିଯୋଗ ରହିଛି ।